ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪ ଦିନ ତଳେ କାଇଟିମା ଗାଁ ର ରୟାମ ବେହେରାଙ୍କ ଏକ ବଳଦକୁ ଅଜଣା ବନ୍ୟଜନ୍ତୁ ଖାଇଥିଲା । ପୁଣି ଦୁଇଦିନ ତଳେ ବାରିଆଦରା ଗାଁର ମଙ୍ଗଳୁ ମଳିକଙ୍କ ଦୁଇ ଗୋରୁ ଅଜଣା ଜନ୍ତୁ ଆକ୍ରମଣରେ ଆହାତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହି ଦୁଇ ଗାଁ ଚନ୍ଦ୍ରଗିରି ବନାଞ୍ଚଳ ଅଧୀନରେ ଥିବା ଲଖାରି ଅଭୟାରଣ୍ୟରେ ରହିଥିବାରୁ ବନ ବିଭାଗ ଗୁରୁତ୍ୱ ଦେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ଗ୍ରାମବାସୀ ଗୋଟିଏ ପଟେ ବାଘ ଖାଇଥିବା ନେଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଟ୍ରାପ କେମେରା ଲଗାଇଥିଲେ ମଧ୍ୟ ସେଥିରେ କୌଣସି ବନ୍ୟଜନ୍ତୁ କିମୱା ବାଘର ଫୋଟ ଆସି ନ ଥିଲା। ଏପରି କି ବାଘର କୌଣସି ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳି ନ ଥିଲା। ଯାହାକୁ ନେଇ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ସୂଚନା ଦେଇଛନ୍ତି। ଗାଈଟିକୁ କିଏ ଖାଇଛି ତାହା ତଦନ୍ତ ଚାଲିଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ଗାଈ ମାଲିକ।