ନୂଆଦିଲ୍ଲୀ,୨୨।୪:ଖେଳର କୌଶଳ ବୁଝିବା ସହିତ, ଜଣେ କ୍ରିକେଟରଙ୍କୁ ଭଲ ଫିଟନେସ ମଧ୍ୟ ବଜାୟ ରଖିବାକୁ ପଡିବ। ଏହାଦ୍ୱାରା ତାଙ୍କର ପ୍ରଦର୍ଶନ ଭଲ ହୋଇପାରିବ। ଆଜିକାଲି ପ୍ରତ୍ୟେକ କ୍ରିକେଟର ନିଜ ଫିଟନେସକୁ ଗୁରୁତ୍ୱ ଦିଅନ୍ତି, ଏଥିପାଇଁ ସେ ନିଜ ଖାଦ୍ୟର ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତି।
ଖେଳାଳିଙ୍କ ଖାଦ୍ୟରେ ଆମିଷ ଖାଦ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଭାରତୀୟ କ୍ରିକେଟ ଦଳରେ ଅନେକ କ୍ରିକେଟର ଅଛନ୍ତି, ଯେଉଁମାନେ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରନ୍ତି। ବିରାଟ କୋହଲି, ଶିଖର ଧାୱନ ଇତ୍ୟାଦି ଅନେକ କ୍ରିକେଟର ଅଛନ୍ତି ଯେଉଁମାନେ ପୂର୍ବରୁ ନନ-ଭେଜ ଖାଦ୍ୟ ଖାଉଥିଲେ କିନ୍ତୁ ଏବେ ସେମାନେ ସମ୍ପୂର୍ଣ୍ଣ ଭେଜିଟେରିଆନ୍ ହୋଇଗଲେଣି।
ଭାରତୀୟ କ୍ରିକେଟ ଦଳରେ କିଏ Vegetarian ଏବଂ କିଏ Non-vegetarian
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟିମ ଇଣ୍ଡିଆର ଯେଉଁ ଖେଳାଳିମାନେ, ନିଜର ଫିଟନେସ ଏବଂ ପାୱାର ହିଟିଂ ପାଇଁ ଜଣାଶୁଣା, ସେମାନେ ସମ୍ପୂର୍ଣ୍ଣ Vegetarian। ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଇତ୍ୟାଦି ଖେଳାଳିମାନେ ସେମାନଙ୍କ ଖାଦ୍ୟରେ କେବଳ ନିରାମିଷ ଖାଦ୍ୟ ଗ୍ରହଣ କରନ୍ତି।
ଦଳରେ ଶାକାହାରୀ କ୍ରିକେଟରମାନେ ହେଉଛନ୍ତି ରୋହିତ ଶର୍ମା, ବିରାଟ କୋହଲି, ଅକ୍ଷର ପଟେଲ, ମନୀଷ ପାଣ୍ଡେ, ଇଶାନ୍ତ ଶର୍ମା, ଶିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜା, ଯୁବେନ୍ଦ୍ର ରାଜା ଶର୍ମା, ରିଙ୍କୁ ସିଂ, ମୟଙ୍କ ଅଗ୍ରୱାଲ, ରବି ବିଷ୍ଣୋଇ।
ଏମଏସ ଧୋନୀ, ଶୁବମାନ ଗିଲ, ଯଶସ୍ବୀ ଜୟସ୍ବାଲ, ରିଷଭ ପନ୍ତ ଇତ୍ୟାଦି କ୍ରିକେଟରମାନେ ସେମାନଙ୍କ ଖାଦ୍ୟରେ Non-veg ସାମିଲ କରନ୍ତି। ସୂର୍ଯ୍ୟକୁମାର ଯାଦବ, ଦୀପକ ଚହର, ଅର୍ଜୁନ ତେନ୍ଦୁଲକର ଇତ୍ୟାଦି କ୍ରିକେଟରମାନେ ମଧ୍ୟ ମାଛମାଂସ ଖାଆନ୍ତି।
ଭାରତୀୟ ଦଳରେ Non-vegetarian କ୍ରିକେଟର- ଏମଏସ ଧୋନୀ, ସଞ୍ଜୁ ସାମସନ, ଶୁବମାନ ଗିଲ, କୁଲଦୀପ ଯାଦବ,ରିଷଭ ପନ୍ତ, ଇଶାନ କିଶାନ, ତିଲକ ବର୍ମା, ଶିବମ ଦୁବେ, ଶ୍ରେୟସ ଆୟର, ପୃଥ୍ବୀ ଶ’, ରାହୁଲ ଚହର, ଋତୁରଜ ଗାଇକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ଦୀପକ ଚହର, ଅର୍ଜୁନ ତେନ୍ଦୁଲକର, ହର୍ଷିତ ରାଣା, ଭେଙ୍କଟେଶ ଆୟର।