ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌, ଘଟଣାସ୍ଥଳରେ…

ଗୁଣପୁର,୨୭।୧( ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ଗଛକୁ ପିଟିହେଲା ବାଇକ୍‌। ଜଣେ ମୃତ ଓ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ କୁଜେନ୍ଦ୍ରି ଠାରୁ ଭାମିନି ଗ୍ରାମ ନିଜ ଘରକୁ ଫେରୁଥିବା ସମୟରେ ଦୁଇଜଣ ଯୁବକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସୁଭଦ୍ରାପୁର ଗ୍ରାମ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଗଛକୁ ଭାରସାମ୍ୟ ହରାଇ ତାଙ୍କ ବାଇକ୍‌ ଜୋର୍‌ରେ ପିଟି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଉକୁମ୍ବା ପଞ୍ଚାୟତର ଭାମିନି ଗ୍ରାମର ପାଳକା ଶ୍ରୀନୁ (୨୨) ଏବଂ ଅନ୍ୟଜଣେ ଗୁରୁତର ଯୁବକ ହେଲେ ସେହି ଗ୍ରାମର କିରଣ ତଣ୍ଡୀଲି (୨୦) ବୋଲି ଜଣାପଡିଛି । ମଙ୍ଗଳବାର ଖବରପାଇ ଗୁଣପୁର ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡସ୍ତରୀୟ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣା ସମ୍ପର୍କରେ ଗୁଣପୁର ପୋଲିସ ତଦନ୍ତ ଆରମ୍ଭ କରିଛି।

 

Dharitri – The Largest & Most Trusted Odia Daily