ପାୱାରଟିଲରରେ କରୁଥିଲେ ହଳ ଗୋଡରେ ପଶିଲା ଲୁହା: ଜଣଙ୍କ ପରେ ଜଣେ ମାରଲେ ଫେଲ୍‌ , ପରେ…

ପାଟଣା,୨୦।୯(ବୀର  କିଶୋର ଦାଶ ): ଗୋଡ଼ରେ ପଶିଲା ପାଓ୍ବାରଟିଲର ଲୁହା। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସରାସୋକାଲା ପଞ୍ଚାୟତର ଜିଆଣି ସାହିରେ। ଶନିବାର ଅପରାହ୍ନରେରେ ବଗିଚାରେ ପାୱାରଟିଲରରେ ହଳ କରୁଥିବା ସମୟରେ ଜଣେ ଯୁବକଙ୍କ ଡାହାଣ ଗୋଡ ପୁଟିଆରେ ଲୁହା ପଶିଯିବାରୁ ସେ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ଉକ୍ତ ଗ୍ରାମର ରୁଷି ନାଥ ମହାନ୍ତଙ୍କ ପୁଅ ସଞ୍ଜୟ ମହାନ୍ତ (୩୦)ସେ ଘର ପଛପଟ ବଗିଚାରେ ଚାଷ ପାଇଁ ହଳ କରୁଥିବା ସମୟରେ ଅସାବଧାନତା ଯୋଗୁ ଗୋଡ଼ରେ  ପଶି ଯାଇଥିଲା।
ସ୍ଥାନୀୟ ଲୋକେ ଦେଖି ପ୍ରଥମେ ପାଟଣା ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଖବରପାଇ ଘଟଣାସ୍ଥଳରେ ପାଟଣା ଅଗ୍ନି ଶମବାହିନୀ ବାହିନୀ ଅସଫଳ ହେବାରୁ ପାୱାରଟ୍ରିଲର ମିସ୍ତ୍ରୀ ଦୀନବନ୍ଧୁ ମହାନ୍ତ ପହଞ୍ଚି ଇଞ୍ଜିନକୁ ଗୋଡରୁ ଅଲଗା କରିଥିଲେ ହେଁ ଲୁହ ହଳ ସମ୍ପୂର୍ଣ୍ଣ ଗୋଡ଼ରେ ପଶି ରହିଥିଲା। ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ  ପ୍ରାଥମିକ ଚିକିତ୍ସାପରେ କେନ୍ଦୁଝର ଜିଲାମୁଖ୍ୟ ଚିକିତ୍ସାଳୟପଠା ଯାଇଥିଲା। ସନ୍ଧ୍ୟାରେ ସେଠାରେ ଲୁହା ଫାଳ କାଢିବାରେ ସଫଳ ନ ହେବାରୁତାଙ୍କୁ  ଏକ ଘରୋଇ ଆମ୍ବୁଲାନ୍ସରେ ଭୁବନେଶ୍ୱରର ଏକ ଘୋରଇ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ନିଆଯାଉଛି।

Share