ବିଲରେ ହଳ କରୁକରୁ ମାଟିରୁ ମିଳିଲା ସୁନା, ରାତାରାତି ୩୬ହଜାର କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ,୨୯।୫: କିଏ ଜାଣେ ଭାଗ୍ୟ କେତେବେଳେ ଏବଂ କେଉଁଠି ବଦଳିପାରେ। ଜଣେ ଗରିବ ଚାଷୀଙ୍କ ସହିତ ମଧ୍ୟ ଏପରି କିଛି ଘଟିଛି। ଫ୍ରାନ୍ସର କେନ୍ଦ୍ରୀୟ ଅଞ୍ଚଳ ଆଉର୍ଗନେରେ ଜଣେ ସାଧାରଣ ଚାଷୀଙ୍କ ଭାଗ୍ୟ ହଠାତ ବଦଳିଯାଇଛି। ସେ ତାଙ୍କ କ୍ଷେତରେ ଏପରି କିଛି ପାଇଛନ୍ତି, ଯାହା ସେ କଳ୍ପନା କରିପାରିନଥିଲେ।

52 ବର୍ଷୀୟ ଚାଷୀ ମିଶେଲ ଡୁପୋଣ୍ଟ ତାଙ୍କ କ୍ଷେତରେ କାମ କରୁଥିଲେ, ଏହି ସମୟରେ ତାଙ୍କ ଆଖି ମାଟିରେ ପଡ଼ିଥିବା ଏକ ଚକଚକିଆ ଜିନିଷ ଉପରେ ପଡ଼ିଲା। କାଦୁଅରେ କିଛି ଚମକୁଥିବା ଦେଖି ସେ ଖୋଳିବା ଆରମ୍ଭ କଲେ। ଏହାପରେ ସେ ନିଜେ ବିଶ୍ୱାସ କରିପାରିଲେ ନାହିଁ ଯେ ସେଠାରେ କ’ଣ ଅଛି। ସେ ତାଙ୍କ ସମଗ୍ର ଜୀବନରେ ଏତେ ସୁନା କେବେ ଦେଖି ନଥିଲେ, ଯେତିକି ସେଠାରେ ଥିଲା।

ଚାଷୀ ମିଶେଲ ଡୁପୋଣ୍ଟ କହିଛନ୍ତି, ଜମିରେ ଚାଷ କରୁଥିବେଳେ ମାଟିପଙ୍କରେ କିଛି ଚମକୁଥିବା ଜିନିଷ ଦେଖିବାକୁ ପାଇଲି। ଏହା ପରେ, ଯେତେବେଳେ ଖୋଳିଲି ହାତକୁ ଯାହା ମିଳିଲା ତାହା ସୁନା ଖଣ୍ଡ ବ୍ୟତୀତ ଆଉ କିଛି ନୁହେଁ। ଧୀରେ ଧୀରେ, ତାଙ୍କୁ ଅଧିକ ସୁନା ପଥର ମିଳିବା ଆରମ୍ଭ ହେଲା। ଏକ ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ଜମି ତଳେ 36,000 କୋଟି ଟଙ୍କାର ସୁନା ଥାଇପାରେ ବୋଲି କୁହାଯାଉଛି।

ଏହି ଖବର ଫ୍ରାନ୍ସରେ ହଇଚଇ ସୃଷ୍ଟି କରିଛି। କିନ୍ତୁ, ଫ୍ରାନ୍ସ ସରକାର ତୁରନ୍ତ କୌଣସି ପ୍ରକାରର ଖନନ କିମ୍ବା କାର୍ଯ୍ୟକଳାପକୁ ନିଷିଦ୍ଧ କରିବା ପରେ ଚାଷୀଙ୍କ ଉତ୍ସାହ ଧୂଳିସାତ ହୋଇଗଲା। ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଏତେ ବିଶାଳ ଖଣିଜ ସମ୍ପଦ ପାଇବା ପୂର୍ବରୁ ଏହାର ପରିବେଶଗତ ପ୍ରଭାବ, ଆଇନଗତ ଅଧିକାର ଏବଂ ସାର୍ବଜନୀନ ନୀତିର ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ ଆବଶ୍ୟକ। ଏହି ମାମଲା ଏବେ ଫ୍ରାନ୍ସର ପରିବେଶ ଏବଂ ଖଣି ମନ୍ତ୍ରଣାଳୟର ମିଳିତ ସମୀକ୍ଷା ଅଧୀନରେ ଅଛି। ସ୍ଥାନୀୟ ପ୍ରଶାସନ ଜମିକୁ ଘେରାବନ୍ଦୀ କରିଛି ଏବଂ ଏକ ତଦନ୍ତ ଦଳ ପଠାଯାଇଛି।

ମିଶେଲଙ୍କ ଜମିରେ ମିଳିଥିବା ଏହି ଧନ ଆଉ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ, ବରଂ ଏକ ଜାତୀୟ ସମ୍ପଦ। ଫରାସୀ ଆଇନ ଅନୁଯାୟୀ, ଯଦି କୌଣସି ଜମି ତଳେ ଖଣିଜ ସମ୍ପଦ ମିଳେ, ତେବେ ସରକାର ଏହାକୁ ନିଜ ଅଧିକାରକୁ ନେଇ ପାରିବେ। ବିଶେଷକରି ଯେତେବେଳେ ଏହା ଏତେ ବଡ଼ ପରିମାଣରେ ଥାଏ। ତଥାପି, ମିଶେଲ କ୍ଷତିପୂରଣ ଭାବରେ ଏହାର ଏକ ଅଂଶ ପାଇବେ। ସେ କୁହନ୍ତି ଯେ ଜମି ତାଙ୍କ ଜୀବିକାର ମାଧ୍ୟମ ଏବଂ ସେ ଜଣେ ସାଧାରଣ ଚାଷୀ। ଏପରି ପରିସ୍ଥିତିରେ, ସେ ଆଗକୁ କ’ଣ ହେବ ସେ ବିଷୟରେ ଚିନ୍ତିତ।

Share