ଗଞ୍ଜାମ,୨୭।୨ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଯାହା ଫଳରେ ଯାତ୍ରୀଙ୍କୁ ନେଇ ଯାଉଥିବା ଲକ୍ଷ୍ମୀ ବସ୍ରେ ବିଭିନ୍ନ ସମସ୍ୟା ଦେଖାଯାଉଛି। ଶୁକ୍ରବାର ସନ୍ଧ୍ୟାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହରରେ । ସନ୍ଧ୍ୟାରେ ଯାତ୍ରୀଙ୍କୁ ନେଇ ଫେରୁଥିବାବେଳେ ବଡ଼ ବଜାର ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ମୀ ବସ୍ଟି ଅଟକି ରହିଛି । ଖବର ଲେଖା ହେବା ଶେଷ ସୁଦ୍ଧା ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ହେବ ଉକ୍ତ ବସ୍ଟି ଅଟକ ରହିବା ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି। ଆଗକୁ ଦୋଳ ପୁର୍ଣ୍ଣମୀ ଯାତ୍ରା ଯୋଗୁ ବଜାର ଚଳଚଞ୍ଚଳ। ବଜାର ମୁଖ୍ୟରାସ୍ତାରେ ବସ୍ଟି ଖରାପ ହୋଇଥିବା ଯୋଗୁ ଅନ୍ୟାନ୍ୟ ଚାରି ଚକିଆ ଯାନ ବସ୍, ଟ୍ରକ୍, କାର୍, ବାଇକ ଚଳାଚଳ ବିଶେଷ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା।