କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି

ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତିକୁ ଘରେ ରଖିଲେ ଶୁଭ ହୁଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ମୂର୍ତ୍ତିକୁ ଘରର କେଉଁ ସ୍ଥାନରେ ରଖିଲେ କି ସୁଫଳ ମିଳେ ଜାଣନ୍ତୁ ସେ ସମ୍ପର୍କରେ…
* ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତିକୁ ରଖିବା ପାଇଁ ଘରର ଦକ୍ଷିଣ-ପୂର୍ବ ଦିଗ ହେଉଛି ସବୁଠୁ ଉତ୍ତମ। ଏହି ଦିଗରେ ଉକ୍ତ ମୂର୍ତ୍ତି ରଖିଲେ ପରିବାର ଲୋକଙ୍କର ଆୟରେ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ବି ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତିକୁ ରଖିବା ଶୁଭ ହୋଇଥାଏ। ଏହି ମୂର୍ତ୍ତିକୁ ସେଠାରେ ରଖିଲାବେଳେ ଏହାର ମୁହଁ ପ୍ରବେଶ ଦ୍ୱାର ଆଡକୁ ରଖିବେ। ଘର ମଧ୍ୟକୁ ଆସୁଥିବା ସକାରାତ୍ମକ ଊର୍ଜା ବା ସମୃଦ୍ଧିକୁ ଏହା ସ୍ବାଗତ କରିବା ସହ ତାହାକୁ ବୃଦ୍ଧି କରିବାରେ ସହାୟକ ହୁଏ।
* କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଭିତରେ ସନ୍ତୁଳନ ରକ୍ଷା କରିବା ସହ ଶାନ୍ତିରେ ସମୟ ଅତିବାହିତ କରିବାକୁ ଚାହୁଁଥିଲେ, ଘର, ଅଫିସ୍‌ ରୁମ୍‌ ହେଉ କି ଲିଭିଂ ରୁମ୍‌ରେ ଲାଫିଙ୍ଗ୍‌ ବୁଦ୍ଧ ରଖିବା ଉତ୍ତମ ହୋଇଥାଏ। କାରଣ ଏହି ମୂର୍ତ୍ତିକୁ କିଛି ସମୟ ଚାହିଁଦେଲେ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।
* ଘରର ଲିଭିଂ ରୁମ୍‌; ଯେଉଁଠି ପରିବାର ଲୋକ ଅଧିକାଂଶ ସମୟ ଏକାଠି ବିତାଇଥାନ୍ତି, ସେଠାରେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି ରଖିଲେ ପରିବାର ଲୋକଙ୍କ ଭିତରେ ସମ୍ପର୍କ ଦୃଢ଼ ହେବା ସହ ଭଲ ପାଇବା ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।
* ପିଲାଙ୍କ ରୁମ୍‌ର ପ୍ରବେଶ ଦ୍ୱାର ନିକଟରେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି ରଖିଲେ ସେମାନଙ୍କର ସୌଭାଗ୍ୟ ପ୍ରାପ୍ତି ହେବା ସହ ଖରାପ ନଜରରୁ ରକ୍ଷା ମିଳେ।
* ପିଲାଙ୍କ ଷ୍ଟଡି ଟେବୁଲ୍‌ ଉପରେ ଏହି ମୂର୍ତ୍ତି ରଖିଲେ ସେମାନଙ୍କର ପାଠପଢ଼ାରେ ଏକାଗ୍ରତା ବଢ଼େ।

Dharitri – Odisha’s No.1 Odia Daily