ନାବାଳିକାଙ୍କୁ ନେଇ କୁଆଡ଼େ ଗଲେ ଆକାଶ, ବଢୁଛି ସନ୍ଦେହ: ମନ୍ଦିର ପଛପଟୁ ମିଳିଲା…

ବଲାଙ୍ଗୀର, ୨୭।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଭିତରେ ହଇଚଇ। ମିଳିଲା ନିଖୋଜ ଯୁବକଙ୍କୁ ଚପଲ। ହତ୍ୟା ଅଭିଯୋଗ କଲେ ପରିବାର ଲୋକେ।ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଲଷ୍ମୀଜୋର ଥାନା ଆରଆର କଲୋନୀରେ। ଗତ ଶନିବାର ସ୍ଥାନୀୟ ଆଇଟିଆଇ କଲୋନୀର ଆକାଶ ବାଗ ଆରଆର କଲୋନୀ ଜଗନ୍ନାଥ ମନ୍ଦିର ପଛପଟେ ଜଣେ ନାବାଳିକା ସହ କଥାବାର୍ତ୍ତା କରୁଥିଲେ। ନାବାଳିକାଙ୍କ ବାପା ରାସ୍ତାରେ ଆସୁଥିବା ସମୟରେ ଦୁଇ ଜଣଙ୍କୁ ଦେଖିବାକୁ ପାଇଥିଲେ l ପରେ ଯୁବକ ଓ ନାବାଳିକା ଦୌଡ଼ି ପଳେଇଥିବା ସଦର ଥାନା ଅଧିକାରୀ ରାଜ କୁମାର ବିଶ୍ବାଳ କହିଛନ୍ତି l ସେବେଠାରୁ ନାବାଳିକା ଓ ଆକାଶ ନିଖୋଜ ଅଛନ୍ତି। ଉଭୟ ପରିବାର ଥାନାରେ ରିପୋର୍ଟ କରିଛନ୍ତି। ନାବାଳିକାଙ୍କ ପରିବାର ପକ୍ଷରୁ ଅପହରଣ ଅଭିଯୋଗ ଥାନାରେ ଦାଖଲ କରିଛନ୍ତି l ଅନ୍ୟପଟେ ଯୁବକଙ୍କ ପରିବାର ଲୋକେ ଆକାଶଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି l କିନ୍ତୁ ସୋମବାର ରାତିରେ ଜଗନ୍ନାଥ ମନ୍ଦିର ପଛପଟୁ ଆକାଶଙ୍କ ଦୁଇଟି ଚପଲ ଠାବ ହୋଇଛି। ଏହା ସହିତ ଆକାଶଙ୍କ ମୋବାଇଲ ମଧ୍ୟ ମିଳିଥିବା ଜଣାପଡିଛି। ଯାହା ଫଳରେ ନାବାଳିକାଙ୍କ ଘର ଲୋକେ ଆକାଶକୁ ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ଯୁବକଙ୍କ ପରିବାର ଲୋକେ। ଏ ନେଇ ବଲାଙ୍ଗୀର ସଦରଥାନା ଓ ଲକ୍ଷ୍ମୀଜୋର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି।

 

Dharitri – Odisha’s No.1 Odia Daily