୫ ଲକ୍ଷ ଟଙ୍କାର FD କେତେ ବର୍ଷରେ ହେବ ୧ କୋଟି? ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୨୯।୮: ଯେତେବେଳେ ନିରାପଦ ନିବେଶର କଥା ଆସେ, ଅଧିକାଂଶ ଲୋକଙ୍କ ମନରେ ପ୍ରଥମେ ଆସେ ବ୍ୟାଙ୍କ ଫିକ୍ସଡ ଡିପୋଜିଟ (FD)ର ନାମ। ଏହା ଗ୍ୟାରେଣ୍ଟି ରିଟର୍ନ ପ୍ରଦାନ କରେ ଏବଂ ଏଥିରେ କୌଣସି ଝୁଁକି ନ ଥାଏ। ଏହି କାରଣରୁ ବିଶେଷ କରି ଅବସର ପରେ ବୟସ୍କ ବ୍ୟକ୍ତିମାନେ ଏଫ୍‌ଡିକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଯଦି ଆପଣ ୫ ଲକ୍ଷ ଟଙ୍କାର ଏଫ୍‌ଡି କରନ୍ତି, ତେବେ ଏହି ରାଶି କେତେ ବର୍ଷରେ ୧ କୋଟି ଟଙ୍କା ହେବ?

ଏଫ୍‌ଡିରେ ମିଳେ ଚକ୍ରବୃଦ୍ଧି ସୁଧ
ଅନେକେ ଭାବନ୍ତି ଯେ ଏଫ୍‌ଡିରେ କେବଳ ସାଧାରଣ ସୁଧ ମିଳେ, କିନ୍ତୁ ବାସ୍ତବରେ ଏଫ୍‌ଡିରେ ଚକ୍ରବୃଦ୍ଧି ସୁଧ (Compound Interest)ର ଲାଭ ମିଳିଥାଏ। ଅର୍ଥାତ ପ୍ରଥମ ବର୍ଷରେ ମିଳିଥିବା ସୁଧ ଉପରେ ପରବର୍ତ୍ତୀ ବର୍ଷରେ ମଧ୍ୟ ସୁଧ ଯୋଗ ହୋଇଥାଏ। ଏହି କାରଣରୁ ଏଫ୍‌ଡିରେ ଟଙ୍କା ସମୟ ସହିତ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ।

୫ ଲକ୍ଷରୁ ୧ କୋଟି ହେବାର ହିସାବ
ଯଦି ଆପଣ ୫ ଲକ୍ଷ ଟଙ୍କାର ଏଫ୍‌ଡି କରନ୍ତି, ତେବେ ଏହା ୧ କୋଟି ଟଙ୍କା ହେବାକୁ କେତେ ସମୟ ଲାଗିବ, ତାହା ସମ୍ପୂର୍ଣ୍ଣ ରୂପେ ସୁଧ ହାର ଉପରେ ର୍ନିଭର କରେ:
୯% ବାର୍ଷିକ ସୁଧ ହାରରେ: ରାଶି ୧ କୋଟି ହେବାକୁ ପ୍ରାୟ ୩୦ ବର୍ଷ ଲାଗିବ।
୮% ବାର୍ଷିକ ସୁଧ ହାରରେ: ଏହି ଲକ୍ଷ୍ୟ ପୂରଣ ହେବାକୁ ପ୍ରାୟ ୩୨ ବର୍ଷ ଲାଗିବ।
୭% ବାର୍ଷିକ ସୁଧ ହାରରେ: ୧ କୋଟି ହେବାକୁ ୩୫ ବର୍ଷ ଲାଗିପାରେ।

ସୁଧ ହାର ନିର୍ଦ୍ଧାରଣ କରେ ଅପେକ୍ଷାର ସମୟ
ଛୋଟ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ସାଧାରଣତଃ ୮-୯% ପର୍ଯ୍ୟନ୍ତ ସୁଧ ଦେଇଥାନ୍ତି। ବରିଷ୍ଠ ନାଗରିକମାନେ କିଛି କ୍ଷେତ୍ରରେ ୯%ରୁ ଅଧିକ ସୁଧ ପାଇପାରନ୍ତି। କିନ୍ତୁ ବଡ଼ ସରକାରୀ ବ୍ୟାଙ୍କଗୁଡ଼ିକରେ ସୁଧ ହାର ସାଧାରଣତଃ ୬-୭.୫% ମଧ୍ୟରେ ରହିଥାଏ। ଅର୍ଥାତ ଅଧିକ ସୁଧ ହାରରେ ନିବେଶ କଲେ କୋଟିପତି ହେବାର ଯାତ୍ରା କିଛି ବର୍ଷ କମ ହୋଇପାରେ।

ବଡ଼ ରିଟର୍ନ ପାଇଁ ଅନ୍ୟ ବିକଳ୍ପ ବିଚାର କରନ୍ତୁ
ଯଦି ଆପଣ ୫ ଲକ୍ଷ ଟଙ୍କାରୁ ଏଫ୍‌ଡି ଆରମ୍ଭ କରନ୍ତି, ତେବେ ୧ କୋଟି ଟଙ୍କାର ଫଣ୍ଡ ତିଆରି ହେବାକୁ ୩୦ରୁ ୩୫ ବର୍ଷର ଏକ ଲମ୍ବା ଅପେକ୍ଷା କରିବାକୁ ପଡ଼ିପାରେ। ତେଣୁ ଯଦି ଆପଣ ଶୀଘ୍ର କୋଟିପତି ହେବାକୁ ଚାହାଁନ୍ତି, ତେବେ ଏଫଡି ସହିତ ମ୍ୟୁଚୁଆଲ ଫଣ୍ଡ SIP କିମ୍ବା ଅନ୍ୟାନ୍ୟ ଉଚ୍ଚ ରିଟର୍ନ ବିକଳ୍ପ ଉପରେ ମଧ୍ୟ ବିଚାର କରିବା ଲାଭଜନକ ହେବ। ଅଧିକ ସୂଚନା ପାଇଁ ଆପଣଙ୍କ ବ୍ୟାଙ୍କ କିମ୍ବା ଆର୍ଥିକ ପରାମର୍ଶଦାତାଙ୍କ ସହିତ ଯୋଗାଯୋଗ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri