MUMBAI, INDIA - APRIL 02: The Indian team wait for a DRS review during the 2011 ICC World Cup Final between India and Sri Lanka at the Wankhede Stadium on April 2, 2011 in Mumbai, India. (Photo by Tom Shaw/Getty Images)
ନୂଆଦିଲ୍ଲୀ,୨।୭: ୨୦୧୧ ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ସେକ୍ସ କରିବାକୁ ଦିଆଯାଇଥିଲା ପରାମର୍ଶ। ସେତେବେଳର ଟିମ୍ ଇଣ୍ଡିଆର ମେଣ୍ଟାଲ କଣ୍ଡିସନିଂ କୋଚ୍ ପାଡି ଅପଟନ ଏ ସମ୍ପର୍କରେ ତାଙ୍କ ଆତ୍ମଜୀବନୀ ‘ଦି ବେୟାରଫୁଟ୍ କୋଚ୍’ରେ ଉଲ୍ଲେଖ କରିଛନ୍ତି।
ସେକ୍ସ ପାଇଁ ଭାରତୀୟ ଖେଳାଳିଙ୍କୁ ସେ ପରାମର୍ଶ ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ ସେତେବେଳର ମୁଖ୍ୟ କୋଚ୍ ଗ୍ୟାରି କର୍ଷ୍ଟନ। ଏହାପରେ ତାଙ୍କୁ ଭୁଲ ମାଗିବାକୁ ପଡ଼ିଥିବା ମଧ୍ୟ ଆତ୍ମଜୀବନୀରେ ସେ ଉଲ୍ଲେଖ କରିଛନ୍ତି।
୨୦୦୯ ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତିବେଳେ ସେ ପ୍ରତ୍ୟେକ ଖେଳାଳିଙ୍କ ଲାଗି ନୋଟ୍ସ ପ୍ରସ୍ତୁତ କରିଥିଲେ। ସେଥିରେ ଜଣାଇଥିଲେ ସେକ୍ସର ସବିଶେଷ ଫାଇଦା ସମ୍ପର୍କରେ। ଖେଳାଳିଙ୍କ ନିମନ୍ତେ ପ୍ରସ୍ତୁତ ନୋଟ୍ରେ ପାଡି ଉଲ୍ଲେଖ କରିଥିଲେ, ସେକ୍ସ ଦ୍ୱାରା ପ୍ରଦର୍ଶନରେ ଉନ୍ନତି ଆସେ କି? ହଁ, ଏହା କାମ କରେ। ଏହା ଛଡ଼ା ଅପଟନ ନିଜ ଆତ୍ମଜୀବନୀରେ ବିଭିନ୍ନ ବିଷୟରେ ଲେଖିଛନ୍ତି। ରାହୁଲ ଡ୍ରାଭିଡ୍ଙ୍କ ଠାରୁ ଆରମ୍ଭ କରି ମହେନ୍ଦ୍ର ସିଂ ଧୋନୀଙ୍କ ସାନ୍ତ ସ୍ବଭାବ ପାଇଁ ଏକଦା ପୂର୍ବତନ ପେସର ଏସ୍. ଶ୍ରୀସାନ୍ଥ ଗାଳି କରିଥିବା ମଧ୍ୟ ଅପଟନ ଉଲ୍ଲେଖ କରିଛନ୍ତି ‘ଦି ବେୟାରଫୁଟ୍ କୋଚ୍’ରେ।