ମଞ୍ଚ ଉପରେ ଥାଇ ସଲମାନଙ୍କୁ ଏମିତି ନାମରେ ଡାକିଲେ ଧର୍ମେନ୍ଦ୍ର, ହସିହସି ଗଡିଲେ ଦର୍ଶକ

ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଶେୟାର ହେଉଛି। ଯେଉଁଥିରେ ସେ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ନଜର ଆସିଛନ୍ତି। ଯେଉଁଥିରେ ଧର୍ମେନ୍ଦ୍ର ମଞ୍ଚରେ ସଲମାନଙ୍କୁ ଭିନ୍ନ ନାମରେ ଡାକୁଛନ୍ତି। ପରେ ଲୋକଙ୍କ ହସ ବନ୍ଦ ହେଉ ନାହିଁ । ସଲମାନ ନିଜେ ମଧ୍ୟ କିଛି ସମୟ ପାଇଁ ଚକିତ ହୋଇଯାଇଛନ୍ତି। ଧର୍ମେନ୍ଦ୍ରଙ୍କୁ ରିଅଲିଟି ଶୋ ବିଗ ବସ ୧୪ ର ଗ୍ରାଣ୍ଡ ଫାଇନାଲରେ ଦେଖିବାକୁ ମିଳିଥିଲା। ଏହି ଶୋ’କୁ ସଲମାନ ହୋଷ୍ଟ କରିଥିଲେ।
ବର୍ତ୍ତମାନ ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସଲମାନ ଏବଂ ଧର୍ମେନ୍ଦ୍ର ୯୦ ଦଶକ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କୁ ଏକ ଲାଲ ଶୁଟ ଏବଂ ସଲମାନଙ୍କୁ ଏକ ବାଇଗଣୀ ଶର୍ଟ ଏବଂ ଡେନିମ ପ୍ୟାଣ୍ଟରେ ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ, ତାଙ୍କ ଜିଭ ଲାଗିଯିବାରୁ ସେ ସଲମାନଙ୍କ ନାମକୁ ଭୁଲରେ ଡାକିଥିଲେ। ସେ ଭୁଲରେ ତାଙ୍କୁ ସୁଲେମାନ ବୋଲି ଡାକିଥିଲେ। ପରେ ସମସ୍ତେ ହସନ୍ତି ।
ପେରେ ଧର୍ମେନ୍ଦ୍ର ସଲମାନଙ୍କୁ ଆଲିଙ୍ଗନ କରି କ୍ଷମା ମାଗିଛନ୍ତି। ତେବେ ସଲମାନ ଏହାକୁ ଗୁରୁତର ସହ ନେଇ ନଥିଲେ ଏବଂ ସେ ମଧ୍ୟ ହସି ହସି ଆଲିଙ୍ଗନ କରିଥିଲେ।