Categories: Home Leftଖେଳ

ଆଜିର ଦିନରେ ଦେଖିବାକୁ ମିଳିଥିଲା ଗେଲ୍‌ ଝଡ଼

ମୁମ୍ବାଇ,୨୩।୪: ଠିକ୍‌ ୮ ବର୍ଷ ତଳେ ଅର୍ଥାତ୍‌ ୨୦୧୩, ଏପ୍ରିଲ ୨୩ ତାରିଖରେ ଆଇପିଏଲରେ ଦେଖିବାକୁ ମିଳିଥିଲା ଗେଲ୍‌ ଝଡ଼। ନିଷ୍କ୍ରିୟ ଦଳ ପୁଣେ ଓ୍ବାରିୟର୍ସ ଇଣ୍ଡିଆ (ପିଡବ୍ଲ୍ୟୁଆଇ) ବିପକ୍ଷରେ ମାତ୍ର ୬୬ ବଲ୍‌ରେ ଖେଳିଥିଲେ ୧୭୫ ରନ୍‌ର ଅପରାଜିତ ଇନିଂସ। ଏହା ଟି୨୦ କ୍ରିକେଟର ସର୍ବାଧିକ ବ୍ୟକ୍ତିଗତ ସ୍କୋର।

ଏହି ଅବସରରେ ୟୁନିଭର୍ସ ବସଙ୍କ ଫଟୋ ଶେୟାର କରିଛି ପଞ୍ଜାବ କିଙ୍ଗ୍ସ। ଫଟୋରେ ଗେଲ୍‌ଙ୍କୁ ଫ୍ରାକ୍ଟିସ କରୁଥିବା ଦେଖିବାକୁ ମିଳୁଛି। କ୍ୟାପଶନରେ ଲେଖାଯାଇଛି, ଟି୨୦ କ୍ରିକେଟର ସର୍ବାଧିକ ବ୍ୟକ୍ତିଗତ ସ୍କୋର, ଦ୍ରୁତତମ ଶତକ ଓ ଗୋଟିଏ ଇନିଂସରେ ସର୍ବାଧିକ ସଂଖ୍ୟକ ଛକା ଲଗାଇବାର ରେକର୍ଡ ଆଜି ହିଁ ପ୍ରତିଷ୍ଠା ହୋଇଥିଲା।

ଉଲ୍ଲେଖଥାଉ କି, ୨୦୧୩ରେ ଆରସିବି ପାଇଁ ଖେଳୁଥିବା ଗେଲ୍‌୧୭ ବଲରେ ପୂରଣ କରିଥିଲେ ଅର୍ଦ୍ଧଶତକ। ଏହାପରେ ଶତକ ପୂରଣ କରିବା ପାଇଁ ତାଙ୍କୁ ଲାଗିଥିଲା ମାତ୍ର ୧୩ ବଲ। ଏହାପରେ ସେ ୩୬ ବଲରେ ଖେଳିଥିଲେ ୭୫ ରନ୍‌ର ଇନିଂସ। ତାଙ୍କ ପାଳିରେ ସାମିଲ ଥିଲା ୧୭ ଛକା।