ଯଦି ସୂର୍ଯ୍ୟ ହଠାତ ଅନ୍ତର୍ଦ୍ଧାନ ହୋଇଯାଏ, ତେବେ ଏହାର ପରିଣାମ ପୃଥିବୀ ଓ ମାନବ ଜାତି ପାଇଁ ଭୟଙ୍କର ହେବ। ସୂର୍ଯ୍ୟ କେବଳ ଆଲୋକ ନୁହେଁ, ପୃଥିବୀର ଜୀବନର ମୂଳ ଶକ୍ତି ଉତ୍ସ। ଏହାର ଅନୁପସ୍ଥିତି ଜୀବନକୁ ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ କରିଦେବ। ଆପଣ କେବେ ଭାବିଛନ୍ତି କି ଯଦି ଆମର ସୂର୍ଯ୍ୟ, ଯିଏକି ଆମକୁ ଆଲୋକ ଏବଂ ଉତ୍ତାପ ପ୍ରଦାନ କରେ, ହଠାତ୍ ଗୋଟିଏ ମିନିଟ୍ ପାଇଁ ଗାଏବ ହୋଇଯାଏ ତେବେ ପୃଥିବୀରେ କଣ ହେବ?
ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ସୂର୍ଯ୍ୟ ହଠାତ୍ ଅଦୃଶ୍ୟ ହୋଇଯାଏ, ତେବେ ଏ ବାବଦରେ ହଠାତ୍ ଜାଣିହେବ ନାହିଁ। କାରଣ ସୂର୍ଯ୍ୟକିରଣ ପୃଥିବୀରେ ପହଞ୍ଚିବାକୁ ପ୍ରାୟ ୮.୫ ମିନିଟ୍ ସମୟ ଲାଗେ। ଅର୍ଥାତ୍, ଯଦି ଦିନରେ ବି ସୂର୍ଯ୍ୟ ଅଦୃଶ୍ୟ ହୋଇଯାଏ, ତଥାପି ଆମେ ୮.୫ ମିନିଟ୍ ପାଇଁ ଏହାର ଆଲୋକ ଦେଖିପାରିବା। ହଠାତ୍ ଯଦି ସୂର୍ଯ୍ୟ ଅଦୃଶ୍ୟ ହୋଇଯିବ ଏହାର ୮.୫ ମିନିଟ୍ ପରେ ଯାଇ ହିଁ ପୃଥିବୀରେ ଅନ୍ଧାର ଅନୁଭବ କରିହେବ। କିଛି ୟୁଜର କୁହନ୍ତି ଯଦି ସୂର୍ଯ୍ୟ ଗୋଟିଏ ମିନିଟ୍ ପାଇଁ ଗାଏବ ହୋଇଯିବେ ତେବେ କିଛି ଅନୁଭବ ହେବ ନାହିଁ କିମ୍ବା ସମସ୍ୟା ହେବ ନାହିଁ । ଦିନରେ ଏକ ମିନିଟ୍ ପାଇଁ ହଠାତ୍ ରାତି ହେବା ଭଳି ଲାଗିବ ।
ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ସୂର୍ଯ୍ୟ ଗୋଟିଏ ସପ୍ତାହ ପାଇଁ ଅଦୃଶ୍ୟ ହୁଏ, ତେବେ ଛୋଟ ଗଛଗୁଡ଼ିକ ମରିଯିବା ଆରମ୍ଭ କରିବେ। ପୃଥିବୀର ହାରାହାରି ତାପମାତ୍ରା ପ୍ରାୟ ଜିରୋ ଡିଗ୍ରୀ ବା ଶୂନ ଡିଗ୍ରୀକୁ ଖସିଆସିବ । ଆଉ ଧିରେ ଧିରେ ସବୁକିଛି ବରଫ ପାଲଟିବାକୁ ଲାଗିବ ।
ଅନ୍ୟପକ୍ଷରେ, ଯଦି ସୂର୍ଯ୍ୟ କିଛି ମାସ ପାଇଁ ଅଦୃଶ୍ୟ ହୁଏ ତେବେ ଆଲୋକ ସଂଶ୍ଳେଷଣ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ, ଯାହା ଫଳରେ ଗଛଗୁଡ଼ିକ ମରିଯିବା ଆରମ୍ଭ କରିବେ। ତଥାପି, ସୂର୍ଯ୍ୟକିରଣ ବିନା ମଧ୍ୟ ବଡ଼ ଗଛଗୁଡ଼ିକ କିଛି ଦଶନ୍ଧି ପର୍ଯ୍ୟନ୍ତ ବଞ୍ଚି ରହିପାରିବେ। କିଛି ମାସ ମଧ୍ୟରେ ସମୁଦ୍ରର ଉପର ସ୍ତର ଥଣ୍ଡା ହେବା ଆରମ୍ଭ ହେବ । କିନ୍ତୁ ସମଗ୍ର ସମୁଦ୍ରକୁ ଥଣ୍ଡା ହଜାର ହଜାର ବର୍ଷ ଲାଗିପାରେ।
ଅନ୍ୟପକ୍ଷରେ ଯଦି ସୂର୍ଯ୍ୟ ଶହେ କିମ୍ବା ଦୁଇ ଶହ ବର୍ଷ ପାଇଁ ଅଦୃଶ୍ୟ ହୁଏ, ତେବେ ପୃଥିବୀର ତାପମାତ୍ରା -୨୪୦ ଡିଗ୍ରୀ ସେଲସିୟସକୁ ଖସିଯିବ। ବାୟୁମଣ୍ଡଳ ନଷ୍ଟ ହୋଇଯିବ, କ୍ଷତିକାରକ ବିକିରଣ ପ୍ରବେଶ କରିବ ଏବଂ ପୃଥିବୀ ଶୂନ୍ୟ ହୋଇଯିବ। ମଣିଷ ତ ଛାଡ ଗଛ କିମ୍ବା କୌଣସି ଉଦ୍ଭିଦ ବି ବଞ୍ଚିବେ ନାହିଁ ।