ଭାରତ ବିପକ୍ଷ ମ୍ୟାଚ୍‌ରେ ହାରିଲେ ପାକିସ୍ତାନର ସ୍ଥିତି କ’ଣ ହେବ? ଜାଣନ୍ତୁ…

ଦୁବାଇ,୨୩।୧୦: ଟି-୨୦ ବିଶ୍ୱକପ୍‌ ୨୦୨୧ର ସବୁଠାରୁ ବଡ଼ ମୁକାବିଲା ରବିବାର ଅନୁଷ୍ଠିତ ହେବ। ଏଥିରେ ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଭାରତ। ସୁପର ସଣ୍ଡେରେ ଏହି ମୁକାବିଲାକୁ ଦେଖିବା ଲାଗି ଏବେଠାରୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଅପରପକ୍ଷେ ମ୍ୟାଚ୍‌କୁ ନେଇ ଉଭୟ ଦଳ ଖେଳାଳି ଚାପରେ ରହିବେ ବୋଲି କୁହାଯାଉଛି। ତେବେ ଆଜିଯାଏ ଖେଳାଯାଇଥିବା ଆଇସିସି ବିଶ୍ୱକପ୍‌ରେ ପାକିସ୍ତାନ ଥରଟିଏ ବି ଭାରତଠାରୁ ଜିତିପାରିନାହିଁ। ଏଣୁ ଯଦି ପାକିସ୍ତାନ ପରାଜିତ ହୁଏ ତେବେ କ’ଣ ହେବ ବୋଲି ମନରେ ପ୍ରଶ୍ନ ଉଠୁଥାଇପାରେ? ଆସନ୍ତୁ ଜାଣିବା।

ପାକିସ୍ତାନ ଟିମ୍‌ ଭାରତ ବିପକ୍ଷ ପ୍ରଥମ ମ୍ୟାଚ୍‌ ହାରିଲେ ସେମିଫାଇନାଲରେ ପ୍ରବେଶ କରିବା କଷ୍ଟକର ହେବ। କାରଣ ଏହାର ଦୁଇଦିନ ପରେ ଆଗାମୀ ମୁକାବିଲା ନ୍ୟୁଜିଲାଣ୍ଡ ବିପକ୍ଷରେ ରହିଛି। ଦଳ ପାକିସ୍ତାନ ଟିମ୍‌ଠାରୁ ଅନେକ ଗୁଣରେ ଭଲ ପ୍ରଦର୍ଶନ କରିଆସିଛି। ଉଭୟ ମ୍ୟାଚ୍‌ ହାରିଲେ ସେମିଫାଇନାଲ ଦୌଡ଼ରୁ ବାହାରିଯାଇପାରେ।