ନୂଆଦିଲ୍ଲୀ,୨୧।୭: ହରଭଜନ ସିଂହ ଏକ ବଡ଼ ଭୁଲ କରିଛନ୍ତି। ଏହି ଭୁଲ୍ ପାଇଁ ସେ ୨୦୦ଥର କ୍ଷମା ମାଗିଛନ୍ତି। ଏହି ଭୁଲ୍କୁ ସେ ତାଙ୍କ କ୍ୟାରିୟରରୁ ଡିଲିଟ କରିବାକୁ ଚାହାଁନ୍ତି। ହରଭଜନ ନିଜେ ଅଶ୍ୱିନଙ୍କ YouTube ପୋଡକାଷ୍ଟରେ କହିଛନ୍ତି। ଭଜ୍ଜୀଙ୍କୁ ଆଘାତ ଦେଇଥିବା ଘଟଣା ୨୦୦୮ ମସିହାରେ IPL ଗ୍ରାଉଣ୍ଡରେ ଘଟିଥିଲା। ସେତେବେଳେ ଭଜ୍ଜୀ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ ଏବଂ ଶ୍ରୀସନ୍ଥ କିଙ୍ଗ୍ସ XI ପଞ୍ଜାବର ଅଂଶ ଥିଲେ। ଏକ ଲିଗ ମ୍ୟାଚ ସମୟରେ, ଭଜ୍ଜୀ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିଲେ। ସେହି ଘଟଣା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି BCCI ପରବର୍ତ୍ତୀ ସମସ୍ତ ମ୍ୟାଚରୁ ହରଭଜନ ସିଂହଙ୍କୁ ନିଲମ୍ବିତ କରିଥିଲା।
ହରଭଜନଙ୍କୁ ସେତେବେଳେ ଦଣ୍ଡ ଦିଆଯାଇଥିଲା କିନ୍ତୁ ଏହାର ଯନ୍ତ୍ରଣା ଏବେ ବି ରହିଛି, ଯାହା ତାଙ୍କୁ ବାରମ୍ବାର ବ୍ୟଥିତ କରୁଛି। ଏହା ତାଙ୍କୁ ଅନୁଭବ କରାଏ ଯେ, ସେ ଭୁଲ କରିଛନ୍ତି। ଏହି ଭୁଲ୍ ଶ୍ରୀସନ୍ଥଙ୍କ ଝିଅ ତାଙ୍କ ସହ କଥା ହେବାକୁ ଚାହାଁନ୍ତି ନାହିଁ।
ସେ କହିଛନ୍ତି, ଯେତେବେଳେ ମୁଁ ଶ୍ରୀସନ୍ଥଙ୍କ ଝିଅଙ୍କୁ ଭେଟିଥିଲି, ମୁଁ ତାଙ୍କ ସହ କଥା ହେବାକୁ ଚାହୁଁଥିଲି। ମୁଁ ତାଙ୍କ ସହ ସ୍ନେହରେ କଥା ହେବାକୁ ଚେଷ୍ଟା କରୁଥିଲି। କିନ୍ତୁ, ସେ କହିଥିଲେ ଯେ ତୁମେ ମୋ ବାପାଙ୍କୁ ମାରିଛ, ମୁଁ ତୁମ ସହ କଥା ହେବି ନାହିଁ।
ହରଭଜନ କହିଛନ୍ତି, ଘଟଣାର ଏତେ ବର୍ଷ ପରେ ମଧ୍ୟ ତାଙ୍କ ହୃଦୟ ଏଥିପାଇଁ କଷ୍ଟ ପାଉଛି। ଯେତେବେଳେ ମୋତେ ସୁଯୋଗ ମିଳେ, ମୁଁ କ୍ଷମା ମାଗେ ଏବଂ କହିବାକୁ ଚେଷ୍ଟା କରେ ଯେ ଯାହା ଘଟିଥିଲା ତାହା କେବଳ ଏକ ଭୁଲ ଥିଲା। ହରଭଜନ ସ୍ବୀକାର କରିଛନ୍ତି, ଯଦି ତାଙ୍କୁ ତାଙ୍କ କ୍ୟାରିଅରରେ ଗୋଟିଏ ଜିନିଷ ବଦଳାଇବାକୁ ପଡ଼େ, ତେବେ ସେ ସେହି ଘଟଣାକୁ ବଦଳାଇବାକୁ ଚାହାଁନ୍ତି।