ଅନଲାଇନ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଲ କ’ଣ ? ଜାଣନ୍ତୁ ସମସ୍ତ ସୂଚନା

ନୂଆଦିଲ୍ଲୀ,୨୨।୮: ଅନଲାଇନ ଗେମିଂ ପ୍ରୋତ୍ସାହନ ଓ ନିୟନ୍ତ୍ରଣ ବିଲ, ୨୦୨୫ ସଂସଦରେ ପାସ ହୋଇଛି। ଏହି ବିଲ ମଧ୍ୟବର୍ଗୀୟ ଓ ଯୁବବର୍ଗଙ୍କ ପାଇଁ ଲାଭଦାୟକ ଗେମକୁ ପ୍ରୋତ୍ସାହନ ଦେଇଛି ଏବଂ କ୍ଷତିକାରକ ଗେମକୁ ନିଷିଦ୍ଧ କରିଛି।

ଅନଲାଇନ ଗେମର ତିନି ପ୍ରକାର:

  1. ଇ-ସ୍ପୋର୍ଟସ: ଦକ୍ଷତା ଓ ଦଳୀୟ ଖେଳ। ବିଲ ଏହାକୁ ଆଇନଗତ ମାନ୍ୟତା ଦେଇ ସରକାରୀ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଦେବ।
  2. ଅନଲାଇନ ସୋସିଆଲ ଗେମ: ମନୋରଞ୍ଜନମୂଳକ, ଶିକ୍ଷଣୀୟ ଓ ସମୁଦାୟଭିତ୍ତିକ। ଏହାକୁ ସୁରକ୍ଷିତ ଭାବେ ଗ୍ରହଣ କରାଯାଇ ଗେମ ନିର୍ମାତାଙ୍କୁ ସମର୍ଥନ କରାଯିବ।
  3. ଅନଲାଇନ ମନି ଗେମ: ଆର୍ଥିକ ଦାଉ ସହିତ ଜଡ଼ିତ ଓ କ୍ଷତିକାରକ। ଏହା ଯୁବକଙ୍କ ମଧ୍ୟରେ ଆସକ୍ତି, ପରିବାରର ଆର୍ଥିକ କ୍ଷତି, ଠକେଇ, ଋଣ, ଆତ୍ମହତ୍ୟା ଓ ଅର୍ଥ ଅପବ୍ୟବହାର ଭଳି ସମସ୍ୟା ସୃଷ୍ଟି କରୁଛି। ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

ବିଲର ମୁଖ୍ୟ ବିଷୟ:

  1. ଖେଳାଳିଙ୍କୁ ଶିକାର ଭାବେ ଗଣାଯାଇ ସେମାନଙ୍କୁ ଦଣ୍ଡ ଦିଆଯିବ ନାହିଁ।
  2. ସେବା ପ୍ରଦାନକାରୀ, ବିଜ୍ଞାପନଦାତା ଓ ଅର୍ଥ ହସ୍ତାନ୍ତର ପ୍ଲାଟଫର୍ମକୁ ଦଣ୍ଡିତ କରାଯିବ।
  3. କୋଟି କୋଟି ପରିବାରର ଆର୍ଥିକ କ୍ଷତି, ମଧ୍ୟବର୍ଗୀୟ ସଞ୍ଚୟ ନଷ୍ଟ ଓ ହଜାର ହଜାର ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ବିଲ ପାସ କରାଯାଇଛି।

କାହିଁକି ଏହି ବିଲ?
କୋଟି କୋଟି ପରିବାରର ଆର୍ଥିକ କ୍ଷତି, ମଧ୍ୟବିତ୍ତଙ୍କ ସଞ୍ଚୟ ନଷ୍ଟ ଓ ଦେଶବ୍ୟାପୀ ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ବିଲ୍‌ ପାରିତ ହୋଇଛି। ଅର୍ଥାତ ସରକାର ପରିବାରର ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି। ଏହା ଇ-ସ୍ପୋର୍ଟସ ଓ ସୋସିଆଲ ଗେମକୁ ନବୀକରଣର ଇଞ୍ଜିନ ଭାବେ ପ୍ରୋତ୍ସାହନ ଦେଇ ସମାଜକୁ ସୁରକ୍ଷିତ ରଖିବାରେ ସନ୍ତୁଳନ ରକ୍ଷା କରୁଛି।

Share