‘ଅପରେଶନ ସିନ୍ଦୂର’ ଜବାବରେ ପାକିସ୍ତାନର ‘ଅପରେଶନ ବୁନୟାନ ଉଲ ମାରସୁସ୍‌’, ଜାଣନ୍ତୁ ଏହାର ଅର୍ଥ କ’ଣ…

ଇସଲାମାବାଦ,୧୦।୫: ପହଲଗାମରେ ନିର୍ଦ୍ଦୋଶ ନାଗରିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ‘ଅପରେଶନ ସିନ୍ଦୂର’ ନାମରେ ଭାରତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାପରଠାରୁ ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ଗୋଟିଏ ପଟେ ପାକିସ୍ତାନ ଜନସାଧାରଣଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସେନା ପାକିସ୍ତାନର ପ୍ରତ୍ୟେକ ଦୁଃସାହସର ଉଚିତ ଜବାବ ଦେଉଛି। ଏପରିକି ଭାରତୀୟ ସେନା ପାକିସ୍ତାନର ଏହାର ସୁଚିନ୍ତିତ ଲକ୍ଷ୍ୟସ୍ଥଳକୁ ସଠିକ ଭାବରେ ଟାର୍ଗେଟ କରୁଛି। ଭାରତର ପ୍ରତିକ୍ରିୟାରେ ବିଚଳିତ ପାକିସ୍ତାନ ଭାରତର ‘ଅପରେଶନ ସିନ୍ଦୂର’ ବିରୋଧରେ ଏହାର ପ୍ରତିଆକ୍ରମଣକୁ ‘ଅପରେଶନ ବୁନୟାନ ଉଲ୍‌ ମାରସୁସ୍‌ ( Operation Bunyan ul Marsoos )’ ନାମ ଦେଇଛି।
Operation Bunyan ul Marsoos ର ଅର୍ଥ କ’ଣ?
ଗତ ଦୁଇ-ତିନି ଦିନ ମଧ୍ୟରେ ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ କେତେ ପ୍ରଭାବଶାଳୀ ତାହା ସ୍ପଷ୍ଟ ହୋଇ ସାରିଛି। କିନ୍ତୁ ମଜାଦାର କଥା ହେଉଛି ଯେ ସେ ଭାରତ ବିରୁଦ୍ଧରେ ଏହି ଦୁଃସାହସକୁ ସେ ‘ଅପରେଶନ ବୁନୟାନ ଅଲ ମାରସୁସ୍‌’ ନାମରେ ନାମିତ କରିଛି। ଯାହାର ଅର୍ଥ ହେଉଛି ଲୁହା କିମ୍ବା ଶକ୍ତ ସୀସା(Lead)ରେ ତିଆରି ଏକ କାନ୍ଥ ଅର୍ଥାତ ଏଭଳି ଏକ କାନ୍ଥ ଯାହାକି ମଜଭୂତର ସହ ରକ୍ଷା କରିଥାଏ। ଏହା ଏକ ଆରବି ଶବ୍ଦ। ଏଭଳି ନାମକରଣ ଦ୍ୱାରା ନିଜକୁ ବିଶ୍ୱ ସମ୍ମୁଖରେ ମଜଭୂତ ଦେଖାଇବାକୁ ପାକିସ୍ତାନ ଚାହୁଁଛି।
ଏହି ଅପରେଶନର ନାମ ଦେବା ପରେ ପାକିସ୍ତାନ ଶନିବାର ଭାରତ ଉପରେ ଫତେହ-୧ ମିସାଇଲ ସହ ଡ୍ରୋନ ଛାଡ଼ିଥିଲା। ତେବେ ରେଡିଓ ପାକିସ୍ତାନ ମୁତାବକ ପାକିସ୍ତାନ ଏହା ସହ ଅପରେଶନ ଆରମ୍ଭ କରିଦେଇଛି। ଏହି ନାମକୁ କୋରାନର ଏକ ପଦରୁ ନିଆଯାଇଛି।

Share