Categories: Home Leftଖେଳ

ଲଗାତର ୪ର୍ଥ ପରାଜୟ ପରେ ଏମିତି କହିଲେ ଜାଡେଜା

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପରକିଙ୍ଗ୍ସ ନିଜର ନେତୃତ୍ୱ ପରିବର୍ତ୍ତନ କରିଥିଲା। ଏହାପରଠାରୁ ଦଳ ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ କରିଆସୁଛି। ବର୍ତ୍ତମାନ ଯାଏ ଦଳ ୪ ମ୍ୟାଚ୍‌ ଖେଳି ସବୁଥିରେ ପରାଜିତ ହୋଇଛି। ପୂର୍ବରୁ କେବେହେଲେ ଚେନ୍ନାଇ ଏଭଳି ପ୍ରଦର୍ଶନ କରି ନ ଥିବା ଯୋଗୁ ଅଧିନାୟକ ରବିନ୍ଦ୍ର ଜାଡେଜା ସମାଲୋଚିତ ହେଉଛନ୍ତି।
ଶନିବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୮ ଉଇକେଟରେ ପରାଜିତ ହୋଇଛି ଚେନ୍ନାଇ। ଦଳର ୪ର୍ଥ ହାର ପରେ ଜାଡେଜା କହିଛନ୍ତି, ଆମକୁ ବୋଲର୍‌ମାନେ ନିରାଶ କରିଥିଲେ। ବ୍ୟାଟିଂରେ ବି ଆମେ ୨୦-୨୫ ରନ୍‌ କମ୍‌ ସ୍କୋର କରିଥିଲୁ। ତେବେ ୧୫୫ ରନ୍‌ର ସ୍କୋର ଖରାପ ନ ଥିଲା। ବୋଲରମାନେ ଉଇକେଟ ନେବାକୁ ଚେଷ୍ଟା କରୁଥିଲେ। ହେଲେ ମ୍ୟାଚ୍‌ ଜିତିପାରି ନ ଥିଲୁ। ଗୋଟିଏ ଦିନ ପରେ ଆମକୁ ଆର୍‌ସିବି ବିପକ୍ଷରେ ମ୍ୟାଚ୍‌ ଖେଳିବାର ଅଛି। ଖେଳରେ ସୁଧାର ଆଣିବାକୁ ଆମେ ଚାହୁଁଛୁ। ସେଥିଲାଗି କେଉଁଠି ଭୁଲ ରହିଗଲା ସେ ବିଷୟରେ ଚର୍ଚ୍ଚା କରିବାକୁ ହେବ। ଆମେ ପ୍ରଫେସନାଲ କ୍ରିକେଟର ତେଣୁ ପୁଣି ଭଲ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି।