ଗଞ୍ଜମ,୨୨।୧(ବିଦ୍ୟାଧର ସାହୁ): ମହାପୁରୁଷ ମାନଙ୍କୁ କି ପ୍ରକାର ଦଣ୍ଡ। ସର୍ବ ସମ୍ମୁଖରେ ମହାପୁରୁଷ ମାନଙ୍କୁ ଏଭଳି ଅପମାନିତ କରିବାକୁ କାହାର ସାହସ ହେଲା ତାହା ସହରରେ ଚର୍ଚ୍ଚା ଜୋରଧରିଛି ।ମହାପୁରୁଷ ପ୍ରତିମୂର୍ତ୍ତି ଅର୍ଥାତ ମହାପୁରୁଷଙ୍କ ବେକକୁ ରଶିରେ ବାନ୍ଧି ବାଉଁଶ ଠେସ ଦିଆ ଯାଇଛି। ଯାହା ସହର ବାସୀଙ୍କ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ଠାରେ।
ଗତ ଚାରି ବର୍ଷ ତଳେ ସହରର କିଛି ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ସେଗୁଡିକୁ ଅବହେଳିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଉକ୍ତ ସ୍ଥାନରେ ବାରମ୍ବାର ମରାମତି କରାଗଲାଣି କିନ୍ତୁ ଯଥା ପୂର୍ବମ ତଥା ପରମ । ସହରର ଜଣେ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ଦେଖାଇ ଏହିଭଳି କାର୍ଯ୍ୟ ଚାଲୁଥିବା ଆଲୋଚନା ହେଉଛି।ନହେଲେ ଭୋଜି ଭାତ ପାଇଁ ଠିକାଦାର ପଇସା କୋଉଠୁ ଆଣିବେ । ଯଦିଓ ବର୍ତ୍ତମାନ ମରାମତି ଚାଲିଛି ସେଥିପାଇଁ ଜରି ପାଲ ଆଢୁଆଳରେ ମରାମତି କରିବା କଥା।
ଅନ୍ୟପଟେ ଆଉ ମାତ୍ର ଦିନ କେଇଟା ପରେ ସହରରେ ଐତିହାସିକ ଦୋଳ ଯାତ୍ରା । ଉକ୍ତ ଯାତ୍ରା ଦେଖିବାକୁ ହଜାର ହଜାର ଲୋକ ସମାଗମ ହେବ ଯାତ୍ରା ପୂର୍ବରୁ ମରାମତି କାର୍ଯ୍ୟ ସରିବ କି ନାହିଁ ସନ୍ଦେହରେ ଅଞ୍ଚଳ ବାସୀ। ତେଣୁ ଯୁଦ୍ଧ କାଳୀନ ଭିତରେ ମରାମତି କାର୍ଯ୍ୟ ସାରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।
Dharitri – Odisha’s No.1 Odia Daily