ସମୁଦ୍ରରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ। ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ବାପାଙ୍କ ସହିତ ସମୁଦ୍ରରେ କାୟାକିଂର ମଜା ନେଉଥିବାବେଳେ ଠିକ ସେହି ସମୟରେ ଏକ ହମ୍ପବ୍ୟାକ ତିମି ଯୁବକଙ୍କୁ ଜୀଅନ୍ତା ଗିଳି ଦେଇଛି। ତଥାପି, ଏହା ପରେ ଯାହା ଘଟିଲା, ତାହା କୌଣସି ଚମତ୍କାରଠାରୁ କମ ନଥିଲା। କିଛି ସେକେଣ୍ଡ ପରେ ତିମିଟି ଯୁବକଟିକୁ ପାଟିରୁ କାଢି ପକାଇଲା, ଯାହା ଫଳରେ ତାଙ୍କ ଜୀବନ ବଞ୍ଚିଗଲା। ଏହି ଭୟଙ୍କର ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। କାରଣ ଏହି ଭିଡିଓ ଯୁବକଙ୍କ ବାପା ନିଜେ ରେକର୍ଡ କରିଛନ୍ତି।
ଚିଲିର ଦକ୍ଷିଣ ପାଟାଗୋନିଆ ଅଞ୍ଚଳର ସାନ ଇସିଡ୍ରୋ ଲାଇଟହାଉସ ନିକଟରେ ଗତ ଶନିବାର ଏହି ଲୋମ ହର୍ଷଣ ଘଟଣା ଘଟିଥିଲା। ବାପା ଡେଲଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭିଡିଓରେ ଦେଖାଯାଉଛି ଯେ ସେ ହମ୍ପବ୍ୟାକ ତିମି ସମୁଦ୍ରରେ ଖେଳୁଥିଲେ। ଆଉ ପାଖରେ ତାଙ୍କ ପୁଅ କାୟାକିଂ କରୁଥଲେ। ଠିକ୍ ଏହି ସମୟରେ ତିମିଟି ଆଡ୍ରିଆନକୁ ଜୀଅନ୍ତା ଗିଳି ଦେଇଥିଲା।
ଆଡ୍ରିଆନ ଭାବିଥିଲେ ଯେ ସେ ବଞ୍ଚିପାରିବେ ନାହିଁ। ସେ ଭାବିଲେ ଯେ ତିମି ତାଙ୍କୁ ଖାଇ ଦେଇଛି ଏବଂ ସେ ମରିଯିବ। କିନ୍ତୁ ଭଗବାନଙ୍କ ଦୟାରୁ ତିମି ତାଙ୍କୁ ପାଟିରୁ କାଢି ଦେଇଥିଲା। କହିରଖୁଛୁ ପୂର୍ବରୁ, ନଭେମ୍ବର ୨୦୨୦ରେ କାଲିଫର୍ନିଆରେ ସମାନ ଘଟଣା ଘଟିଥିଲା, ଯେତେବେଳେ ଏକ ହମ୍ପବ୍ୟାକ ତିମି ଦୁଇଟି କାୟାକରଙ୍କୁ ଗିଳି ଦେଇଥିଲା। ଦୁହେଁ ତିମିମାନଙ୍କୁ ସିଲଭରଫିସ ଗିଳିବା ଦେଖୁଥିଲେ, ହଠାତ ଗୋଟିଏ ତିମି ସେମାନଙ୍କୁ ଗିଳି ଦେଇଥିଲା। କିନ୍ତୁ ପରେ ସେମାନେ ଜୀବନ ବଞ୍ଚାଇ ଫେରି ଆସିଥିଲେ।