ମୁମ୍ବାଇ,୨୩ା୨: ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଓ ପରେ ଗୁଦାକେଶ ମୋତିଙ୍କ ଜବରଦସ୍ତ ବୋଲିଂ ବଳରେ ଏଠାରେ ସୋମବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ ୧୦୭ ରନର ବଡ଼ ବ୍ୟବଧାନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ୍ ୬ ଉଇକେଟ ହରାଇ ୨୫୪ ରନ କରିଥିଲା, ଯାହାକି ଚଳିତ ସଂସ୍କରର ସର୍ବାଧିକ ଓ ଟୁର୍ନାମେଣ୍ଟ ଇତିହାସର ଦ୍ୱିତୀୟ ସର୍ବାଧିକ ସ୍କୋର ଥିଲା। ଏହି ମ୍ୟାଚ୍ରେ ଦୁଇ ଦଳର ବ୍ୟାଟରମାନେ ୩୧ ଛକା ମାରିଥିଲେ। ଏହା ଟି୨୦ ବିଶ୍ୱକପ୍ ଇତିହାସରେ ସର୍ବାଧିକ।
ପାଇ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୫୪ ରନ କରିଥିଲା। ଏହା ଓ୍ବେଷ୍ଟଇଣ୍ଡିଜ୍ ପାଇଁ ଟି୨୦ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଦଳଗତ ସ୍କୋର। ଜବାବରେ ଜିମ୍ବାଓ୍ବେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୭.୪ ଓଭରରେ ୧୪୭ ରନ କରି ଅଲଆଉଟ୍ ହୋଇଯାଇଥିଲା। ବ୍ରାଡ ଇଭାନ୍ସ ୨୦ ବଲରେ ୪୩ (୨ ଚୌକା ଓ ୫ ଛକା), ଡିଅନ ମେୟର୍ସ ୨୮ (୩ ଚୌକା ଓ ୨ ଛକା) ଓ ଅଧିନାୟକ ସିକନ୍ଦର ରଜା ୨୭ (୨ ଲେଖାଏ ଚୌକା ଓ ଛକା) ରନ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଗୁଦାକେଶ ମୋତି ୪, ଅକିଲ ହୋସେନ ୩ ଓ ମାଥ୍ୟୁ ଫୋର୍ଡ ୨ ଉଇକେଟ ନେଇଥିଲେ।