ମୋରଡ଼ା,୧୭ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ପୋଲିସ ମଙ୍ଗଳବାର ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ସକାଳ ୬ଟା ସମୟରେ ପିକ୍ଅପ୍ ଯୋଗେ ତିନୋଟି ଗୋରୁୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବାର ଖବରପାଇ ପୋଲିସ ଚଢ଼ାଉ କରି ବାଘଡା ନିକଟରେ ଜବତ କରିଥିଲା। ଏନେଇ ଥାନାରେ ଏକ ମାମଲା(ନଂ.୧୫୦/୨୫) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ମୋରଡା ଥାନା ଅଧୀନ ବଡ଼ମୁଣ୍ଢାବଣି ଗ୍ରାମର ସେକ ସୁଲତାନ।