ଭାଜପା ସମର୍ଥକଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଲା ଟିଏମ୍‌ସି

ବୀରଭୂମ୍‌,୧୯।୬: ପଶ୍ଚିମବଙ୍ଗ ବୀରଭୂମ୍‌ ଜିଲାର ୩୦୦ ଭାଜପା ସମର୍ଥକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଫେରିଛନ୍ତି। ଦଳକୁ ଫେରିବା ପାଇଁ ସେମାନେ ବୀରଭୂମ୍‌ସ୍ଥିତ ଟିଏମ୍‌ସି କାର୍ଯ୍ୟାଳୟ ଆଗରେ ଅନଶନରେ ବସିଥିଲେ। ସେମାନଙ୍କ ଉପରେ ଗଙ୍ଗାଜଳ ଛିଞ୍ଚିଲା ପରେ ଟିଏମ୍‌ସିରେ ସାମିଲ କରାଯାଇଛି। ସାଇନ୍ଥିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନାଗ୍ରାମରେ ଏହି ଘଟଣା ଘଟିଛି। ଭାଜପାରେ ଯୋଗଦେବାରୁ ଆମ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେଥିପାଇଁ ଆମେ ଟିଏମ୍‌ସିକୁ ଫେରିଛୁ ବୋଲି ସେମାନେ କହିଛନ୍ତି।