ବ୍ରିଟିଶ ଖବରଦାତାଙ୍କ ପ୍ରେମରେ ପଡ଼ି ଲିଭ୍‌ଇନ୍‌ରେ ରହୁଥିଲେ ଆମିର, ଏବେ ଲୁଚାଛପାରେ ରହିଛି ପୁଅ !

ବମ୍ବେ: ଚାକଚକ୍ୟ ଏବଂ ଗ୍ଲାମର ଜଗତ ବାହାରୁ ଯେତିକି ସୁନ୍ଦର, ସେତିକି ବିବାଦୀୟ ମଧ୍ୟ। ଅନେକ ଗୁଜବକୁ ନେଇ ମଧ୍ୟ ବଲିଉଡର ପରିବେଶ ସରଗରମ ରହିଥାଏ। ସେଥିରୁ କିଛି ବିଶ୍ୱାସ କରିବା କଷ୍ଟକର। ଅତୀତରେ ସେଭଳି କିଛି ଗୁଜବ ଶୁଣିବାକୁ ମିଳିଥିଲା। ଯେପରି ବ୍ରିଟିଶ ସାମ୍ବାଦିକାଙ୍କ ପ୍ରେମରେ ଆମିର ଖାନଙ୍କ ଏକ ପୁଅ ରହିଥିବା କୁହାଯାଇଥିଲା।

‘ଲଗାନ’ ଅଭିନେତା ଆମିର ଜେସିକା ହାଇନ୍ସ ନାମକ ଜଣେ ବ୍ରିଟିଶ ସାମ୍ବାଦିକାଙ୍କ ସହ ଏକ ସନ୍ତାନ ରହିଛି ବୋଲି କୁହାଯାଇଛି। ୨୦୦୫ରେ କିରଣ ରାଓଙ୍କୁ ଆମିର ବିବାହ କରିଥିଲେ। ସେହି ବର୍ଷ ସେ ଜେସିକାଙ୍କୁ ଭେଟିଥିଲେ।

‘ଲୁକିଂ ଫର ଦ ବିଗ୍‌ ବି: ବଲିଉଡ, ବଚ୍ଚନ ଆଣ୍ଡ ମି’ ପାଇଁ ଜଣାଶୁଣା ଥିବା ଜେସିକାଙ୍କ ସହ କିଛି ସମୟ ପାଇଁ ଲିଭ୍‌ଇନ୍‌ ସମ୍ପର୍କରେ ଥିଲେ ଆମିର। ହେଲେ ଜେସିକା ଗର୍ଭବତୀ ହେବା ପରେ ସବୁକିଛି ବଦଳିଯାଇଥିଲା। ସେତେବେଳେ ଆମିର ଅନ୍ୟ କୌଣସି ଗମ୍ଭୀର ସମ୍ପର୍କରେ ଯୋଡ଼ି ହେବାକୁ ଚାହୁଁନଥିଲେ। ଏଣୁ ସେ ଗର୍ଭପାତ କରାଇ ନେବାକୁ କହିଥିଲେ। ମାତ୍ର ଜେସିକା ମନା କରିଦେଇଥିଲେ। ଏବେ ତାଙ୍କର ଏକ ପୁଅ ଅଛି। ଷ୍ଟାରଡଷ୍ଟ ମାଗାଜିନକୁ ଜେସିକା ଦେଇଥିବା ଏକ ସାକ୍ଷାତକାରରେ ଏ ବିଷୟରେ ତାଙ୍କୁ ପଚରାଯାଇଥିଲା। ତାଙ୍କ ପୁଅ ଜାନ୍‌ ଏବଂ ଆମିରଙ୍କ ମଧ୍ୟରେ ବହୁତ ସମାନତା ଥିବାରୁସେ ଆମିରଙ୍କ ପୁଅ କି ପ୍ରଶ୍ନର ଉତ୍ତରରେ ନିରବ ରହିଥିଲେ ସେ। ଏଥିପାଇଁ ସେ କୌଣସି ଦାବି କରି ନ ଥିଲେ।

ଆଜି ବି ଏହି କଥା ସତ କି ମିଛ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହା କେବଳ ଏକ ଗୁଜବ ହୋଇ ରହିଛି।