ଉତ୍ତରପ୍ରଦେଶ ସମେତ ଏସବୁ ରାଜ୍ୟରେ ବର୍ଷା: ଏହି ରାଜ୍ୟଗୁଡ଼ିକରେ ପଡ଼ିବ ପ୍ରବଳ ଥଣ୍ଡା! ସତର୍କ କଲା IMD

ନୂଆଦିଲ୍ଲୀ, ୨ା୨: ଦେଶର ଅନେକ ସ୍ଥାନରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଦିଲ୍ଲୀ-ଏନସିଆରରେ କୁହୁଡ଼ି ବଢ଼ିବା ଆରମ୍ଭ କରିଛି, ଯେତେବେଳେ କି ଉତ୍ତର ଭାରତ ସମେତ ଅନେକ ରାଜ୍ୟରେ ଘନ କୁହୁଡ଼ି ଦେଖଃକା ଦେଇଛି।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଫେବୃଆରୀ ୩ ତାରିଖରୁ ଏକ ନୂତନ ପଶ୍ଚିମୀ ଝଡ଼ ସକ୍ରିୟ ହେବ, ଯାହା ଫଳରେ ଦେଶର ୨୦ଟି ରାଜ୍ୟରେ ବର୍ଷା ଏବଂ ଘନ କୁହୁଡ଼ି ଦେଖାଯିବ।

ଦିଲ୍ଲୀ-ଏନସିଆରରେ ଫେବୃଆରୀ ୩ ଏବଂ ୪ ରେ ହାଲୁକା ବର୍ଷା ହୋଇପାରେ ଏବଂ ଆକାଶ ମେଘୁଆ ରହିବ। ସର୍ବାଧିକ ତାପମାତ୍ରା ୨୪ ରୁ ୨୭ ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ଥିବାବେଳେ ସର୍ବନିମ୍ନ ତାପମାତ୍ରା ୧୦ ରୁ ୧୨ ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛି।

ଆଇଏମଡି ଅନୁଯାୟୀ, ହାଲୁକା ଥଣ୍ଡା ପବନ ବହିବ, ଯାହା ଫଳରେ ସକାଳ ଏବଂ ସନ୍ଧ୍ୟାରେ ପାଗ ଥଣ୍ଡା ଅନୁଭବ ହେବ। ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ଦିନରେ ହାଲୁକା ଗରମ ଏବଂ ସକାଳେ ଏବଂ ସନ୍ଧ୍ୟାରେ ଥଣ୍ଡା ଅନୁଭୂତ ହେବ।

କେଉଁ ରାଜ୍ୟରେ ବର୍ଷା ହେବ?
ଆଇଏମଡି ଅନୁଯାୟୀ, ଉତ୍ତର ପାକିସ୍ତାନ ଏବଂ ପୂର୍ବ ରାଜସ୍ଥାନ ଉପରେ ଘୂର୍ଣ୍ଣିବଳୟ ଜାରି ରହିଛି। ଏହି କାରଣରୁ, ଫେବୃଆରୀ 3 ରୁ ଉତ୍ତର-ପଶ୍ଚିମ ଭାରତରେ ବର୍ଷା ହେବ।

ବର୍ଷା ଏବଂ ତୁଷାରପାତ ହେବାକୁ ଥିବା ରାଜ୍ୟ:
ଫେବୃଆରୀ ୩ ରୁ ୫ ମଧ୍ୟରେ ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ତୁଷାରପାତ ହେବାର ସମ୍ଭାବନା ଅଛି। ଫେବୃଆରୀ ୩-୫ ମଧ୍ୟରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାବେଳେ ଲକ୍ଷଦ୍ୱୀପରେ ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

କେଉଁ ରାଜ୍ୟରେ ଘନ କୁହୁଡ଼ି ହେବ?
ପଶ୍ଚିମ ବାୟୁମଣ୍ଡଳର ପ୍ରଭାବରେ ସକାଳ ଏବଂ ସନ୍ଧ୍ୟାରେ କୁହୁଡ଼ି ଦେଖାଯିବ। ଏହି ରାଜ୍ୟଗୁଡ଼ିକ ପାଇଁ IMD କୁହୁଡ଼ି ସତର୍କତା ଜାରି କରିଛି।

ଉତ୍ତର ଭାରତ: ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ
ପୂର୍ବ ଭାରତ: ବିହାର, ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ
ଉତ୍ତର-ପୂର୍ବ ଭାରତ: ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା
ହିମାଳୟ ଅଞ୍ଚଳ: ଉପ-ହିମାଳାୟ ପଶ୍ଚିମବଙ୍ଗ ଏବଂ ସିକିମ୍
ଦିଲ୍ଲୀ-ଏନସିଆରରେ ମଧ୍ୟ ହାଲୁକା କୁହୁଡ଼ି ରହିବ, ଯାହା ଫଳରେ ସକାଳ ଏବଂ ସନ୍ଧ୍ୟାରେ ଥଣ୍ଡା ଅନୁଭବ ହେବ।