Russia's President Vladimir Putin attends the launching ceremony of the new Euro+ combined oil refining unit at the Gazprom Neft Moscow Refinery, via video link at the Novo-Ogaryovo state residence outside Moscow, Russia July 23, 2020. Sputnik/Alexei Druzhinin/Kremlin via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY.
ମସ୍କୋ,୧।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ନିଜ ସମ୍ବୋଧନରେ ସେ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନଙ୍କୁ ରୁଷିଆ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୟୁକ୍ରେନକୁ ଅସ୍ତ୍ର ଭାବରେ ବ୍ୟବହାର କର ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷିଆକୁ ଧ୍ୱଂସ କରିବାକୁ ଷଡଯନ୍ତ୍ର କରୁଛନ୍ତି। କିନ୍ତୁ ଆମେ ନଇଁବୁ ନାହିଁ। ଏହି ସମ୍ବୋଧନ ମାଧ୍ୟମରେ ଗତ ୧୦ ମାସ ଧରି ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ରୁଷିଆ ସୈନିକମାନଙ୍କୁ ଉତ୍ସାହିତ କରିବା ଉପରେ ପୁଟିନଙ୍କ ପୁରା ଧ୍ୟାନ ରହିଥିଲା।
ରୁଷିଆ ରାଜ୍ୟ ଟିଭିରେ ପ୍ରସାରିତ ଏକ ଭିଡିଓ ବାର୍ତ୍ତାରେ ପୁଟିନ କହିଛନ୍ତି,ମାତୃଭୂମିକୁ ରକ୍ଷା କରିବା ଏବଂ ପ୍ରକୃତ ସ୍ବାଧୀନତା ପାଇବା ପାଇଁ ରୁଷିଆ ୟୁକ୍ରେନ ସହ ଯୁଦ୍ଧ କରୁଛି। ରୁଷିଆର ନିରାପଦ ଭବିଷ୍ୟତ କେବଳ ଆମର ଶକ୍ତି ଏବଂ ନିଷ୍ଠା ଉପରେ ନିର୍ଭର କରେ ଏବଂ ଆତ୍ମବିଶ୍ୱାସ ଆହୁରି ଗଭୀର ହୋଇଛି। ଆମେ ଅଗକୁ ଲଢିବା ଜାରି ରଖିବୁ।