US President Donald Trump and First Lady Melania make their way to board Marine One before departing from the South Lawn of the White House in Washington, DC on January 20, 2021. - President Trump travels his Mar-a-Lago golf club residence in Palm Beach, Florida, and will not attend the inauguration for President-elect Joe Biden. (Photo by MANDEL NGAN / AFP)
ଓ୍ବାଶିଂଟନ,୨୦।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଜୋ ବାଇଡେନ। ଏହି ଉତ୍ସବର ମାତ୍ର ୩ ଘଣ୍ଟା ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍ ହାଉସ (ରାଷ୍ଟ୍ରପତି ଭବନ) ଛାଡ଼ିଛନ୍ତି।
‘ମୁଁ ବିଦାୟ ଜଣାଇବାକୁ ଚାହୁଁଛି। କିନ୍ତୁ ଆଶା କରୁଛି, ଏହା ଦୀର୍ଘକାଳିନ ବିଦାୟ ନୁହେଁ। ଗତ ୪ ବର୍ଷ ଅତି ଚମତ୍କାର ଥିଲା। ଆପଣମାନଙ୍କ ରାଷ୍ଟ୍ରପତି ହେବା ମୋ ପାଇଁ ସବୁଠୁ ବଡ଼ ସମ୍ମାନର ବିଷୟ। ଆମେ ଫେରିବୁ ’ବୋଲି ବିଦାୟୀ ଭାଷଣରେ ଟ୍ରମ୍ପ କହିଛନ୍ତି। ଏହାପରେ ସେ ଓ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ମାରିନ ଓ୍ବାନ ହେଲିକପ୍ଟର ଯୋଗେ ଫ୍ଲୋରିଡା ଚାଲିଯାଇଥିଲେ। ୭୪ ବର୍ଷୀୟ ଟ୍ରମ୍ପ ବିଦାୟୀ ଭାଷଣରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ପରୋକ୍ଷରେ ସୂଚନା ଦେଇଛନ୍ତି।