Categories: Home Leftଖେଳ

୨୦୨୦ରେ କହିଥିଲେ ‘ଆମେ ଫେରିବୁ’

ଦୁବାଇ,୧୬।୧୦: ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି। ଗତ ବର୍ଷ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ସିଏସ୍‌କେ ପ୍ଲେ-ଅପ୍‌କୁ ଯୋଗ୍ୟତା ହାସଲ କରିପାରି ନ ଥିଲା। ୨୦୨୦ ସଂସ୍କରଣ ଚେନ୍ନାଇ ପାଇଁ ଏକ ଦୁଃଖଦ ସିଜନ ଥିଲା।

ସେହି ସଂସ୍କରଣର ଶେଷ ମ୍ୟାଚ୍‌ ବେଳେ ଧୋନୀ ଚେନ୍ନାଇର ପ୍ରଶଂସକଙ୍କୁ କହିଥିଲେ, ‘ଆମେ ନିଶ୍ଚିତ ଫେରିବୁ’। ଆଉ ତାହାକୁ ସତ କରି ଦେଖାଇଛି ସିଏସ୍‌କେ। ଏବେ ଏହା ଟୁଇଟରରେ ଟ୍ରେଣ୍ଡ ପାଲଟିଛି।