ଆମେ ଭାରତ ସହ ଅଛୁ..ଭାରତକୁ ସହଯୋଗର ହାତ ବଢାଇଲା ଆମେରିକା ଗୋଇନ୍ଦା ବିଭାଗ

ଓ୍ବାଶିଂଟନ,୨୬।୪:ପହଲଗାମ୍‌ ଆକ୍ରମଣରେ ୩ ଦିନ ପରେ ଆମେରିକାର ଜାତୀୟ ଗୋଇନ୍ଦା ନିର୍ଦ୍ଦେଶିକା ତୁଲସୀ ଗାବ୍ବାର୍ଡ ଭାରତର ଆତଙ୍କବାଦ ନିରୋଧୀ ଅଭିଯାନକୁ ସମର୍ଥନ ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ତୁଲସୀ ଲେଖିଛନ୍ତି, ଇସ୍‌ଲାମୀୟ ଆତଙ୍କବାଦୀଙ୍କ ଗୁଳିରେ ୨୬ ହିନ୍ଦୁ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଆମେରିକା ଭାରତ ସହ ଛିଡ଼ାହୋଇଛି। ଏଭଳି ବର୍ବର କାଣ୍ଡ ଭିଆଇଥିବା ଲୋକଙ୍କୁ ଖୋଜି ଦଣ୍ଡିତ କରିବାରେ ଆମେରିକା ଭାରତକୁ ସହଯୋଗ କରିବ। ଏଥିସହ ୨୬ ମୃତକଙ୍କ ପାଇଁ ତୁଲସୀ ସମବେଦନା ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଆମେରିକୀୟ ଗୋଇନ୍ଦା ସଂସ୍ଥାର ସର୍ବୋଚ୍ଚ ପଦ ଅଳଙ୍କୃତ କରିବାରେ ତୁଲସୀ ହେଉଛନ୍ତି ପ୍ରଥମ ଭାରତୀୟ ବଂଶୋଦ୍ଭବ।