ସ୍ଥଳଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ: ହମାସର ଚେତାବନୀ…

ଜେରୁଜେଲମ,୧୮।୧୦ : ଅବରୋଧିତ ଗାଜା ଷ୍ଟ୍ରିପ ଉପରେ ଯୋଜନାବଦ୍ଧ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲ ଟ୍ୟାଙ୍କ ଏବଂ ସାମରିକ ଯାନ ଯୋଗାଡ଼ କରୁଥିବାରୁ ହାମାସ ଆତଙ୍କବାଦୀ ଗୋଷ୍ଠୀ କହିଛି ଆମେ ଭୟଭୀତ ନୁହେଁ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। ଇସ୍ରାଏଲ ଏକ ଏୟାର ଷ୍ଟ୍ରାଇକ କରିବାକୁ ନିଷ୍ପତ୍ତି ନେଇଛି। ହମାସ ଶାସିତ ଅଞ୍ଚଳ ଉପରେ ଗ୍ରାଉଣ୍ଡ ଆଟାକ ଏବଂ ୧୦ ଲକ୍ଷରୁ ଅଧିକ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି।

ଆତଙ୍କବାଦୀ ସଂଗଠନ ହମାସର ସାମରିକ ୱିଙ୍ଗର ମୁଖପାତ୍ର ଆବୁ ଓବାଇଡେ ଏକ ଟେଲିଭିଜନ ବିବୃତ୍ତିରେ କହିଛନ୍ତି ଏଜଜେଡାଇନ ଅଲ-କାସାମ ବ୍ରିଗେଡ୍ସ ୨୦୦ ଜଣଙ୍କୁ ବନ୍ଧକ ରଖିଥିବାବେଳେ ଅକ୍ଟୋବର ୭ର ଆକ୍ରମଣ ପରେ ପ୍ରାୟ ୫୦ ଜଣଙ୍କୁ ବନ୍ଧକ ରଖାଯାଇଥିଲା। ଇସ୍ରାଏଲର ଦକ୍ଷିଣରେ ଅନ୍ୟମାନଙ୍କୁ ଅନ୍ୟ ଗୋଷ୍ଠୀ ଦ୍ୱାରା ବନ୍ଧକ ରଖାଯାଇଛି। ଇସ୍ରାଏଲ ଆକ୍ରମଣ ପୂର୍ବରୁ ଆବୁ ଓବାଇଡେ କହିଛନ୍ତି, ଇସ୍ରାଏଲ ଦ୍ୱାରା ଆମ ଲୋକଙ୍କ ବିରୁଦ୍ଧରେ ଗ୍ରାଉଣ୍ଡ ଆକ୍ରମଣ କରିବାର ଧମକ ଆମକୁ ଭୟଭୀତ କରେ ନାହିଁ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ।

 

Share
Tags: Hamas