ଦାରିଙ୍ଗବାଡି, ୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ କିଛିଦିନ ହେଲା ବର୍ଷା ହେଉଥିବା ବେଳେ ରବିବାର ପୂର୍ବାହ୍ନ ୧୦ଟାଠାରୁ ବର୍ଷା ଲାଗିରହିଛି। ଫଳରେ ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତ ଦେଇ ଯାଉଥିବା ଗୁମାଡି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଡାଇଭର୍ଶନ ଅସ୍ଥାୟୀ ପୋଲ ଉପରେ ପ୍ରାୟ ୨ ଫୁଟ ଉଚ୍ଚତାରେ ନଦୀଜଳ ପ୍ରବାହିତ ହେଉଛି। ଫଳରେ ସିମନବାଡି ଠାରୁ ତିଲୋରୀ, ବୁଡ଼ାଗୁଡା, ବାଲିଗୁଡା, ପକାରୀ, ଗୁମିକିଆ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ପ୍ରକାଶ ଯେ, ବର୍ଷାଦିନ ପୂର୍ବରୁ ଗୁମାଡି ନଦୀ ଉପରେ ଏକ ପୋଲ ନିର୍ବାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ଷା କାରଣରୁ ପୋଲ ନିର୍ମଣ ଅଧପାନ୍ତରିଆ ହୋଇ ରହିଛି। ସ୍ଲାବ କାର୍ଯ୍ୟ ଓ ସଂଯୋଗୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ରହିଛି। ଫଳରେ ଏକମାତ୍ର ଭରସା ଡାଇଭର୍ଶନ ରାସ୍ତା ଏବେ ଉକ୍ତ ରାସ୍ତା ଉପରେ ପାଣିଯିବା ସହ ଧୋଇହୋଇଗଲାଣି ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବର୍ଷା କାରଣରୁ ଏକାଧିକ ଥର ଉକ୍ତ ଡାଇଭର୍ଶନ ରାସ୍ତା ଧୋଇ ହୋଇଯାଇଥିବା ଓ ତାକୁ ମରାମତି କରାଯାଇ ଥିଲା ଓ ପୁଣି ରବିବାର ଧୋଇହୋଇ ଯିବାରୁ ଅଞ୍ଚଳବାସୀ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି।