ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା ପଡ଼ି ରହୁଥିବା ବେଳେ ଏହାକୁ ଉଠା ଯାଉ ନ ଥିବା ଦେଖିବାକୁ ମିଳିଛି। ଅନେକ ସଫେଇ କର୍ମୀ ଗୋବରୀ ନଦୀ ଓ କେନାଲ ପାର୍ଶ୍ୱରେ ଏହାକୁ ଫିଙ୍ଗି ଦେଉଛନ୍ତି। ବର୍ଷା ହେଲେ ବା କେନାଲ ପାଣିରେ ଏହା ଭାସି ଚାଷ କ୍ଷେତରେ ପହଞ୍ଚୁଛି। ପ୍ଲାଷ୍ଟିକଜାତ ପଦାର୍ଥ ମାଟିରେ ପୋତି ହୋଇ ମୃତ୍ତିକାର ଗୁଣବତ୍ତା କମିଯିବା ସାଙ୍ଗକୁ ମାଟିର ଜଳଧାରଣ କ୍ଷମତାର ହ୍ରାସ ଘଟାଉଛି। ଭୂତଳ ଜଳ ଉତ୍ସର ଅବକ୍ଷୟ ମଧ୍ୟ ଘଟୁଛି। ପ୍ଲାଷ୍ଟିକ ଆବର୍ଜନା ସ୍ବରେଜ ନାଳୀରେ ପ୍ରବେଶ କରି ମଇଳା ଜଳର ପ୍ରବାହକୁ ବାଧାପ୍ରାପ୍ତ କରୁଛି। ଏହି ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। ଏହାକୁ ଯଦି ନିୟନ୍ତ୍ରଣ କରା ନ ଯାଏ ତେବେ ଆଗାମୀ କିଛି ବର୍ଷ ଭିତରେ ପ୍ଲାଷ୍ଟିକ ପ୍ରଦୂଷଣ ତାହାର କାୟା ଆହୁରି ବିସ୍ତାର କରିବ। ଏ ନେଇ ପୌର ଅଧିକାରୀ ରଞ୍ଜନ ଦାଶଙ୍କୁ ପଚାରିବାରେ ଆଗକୁ ସହରରେ ଜୋରଦାର ଯାଞ୍ଚ କରାଯାଇ ପ୍ଲାଷ୍ଟିକ ରଖୁଥିବା ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share
Tags: plasticwater