ନୂଆପଡ଼ା,୨୬ା୯ (ମକାରୁ ବେମାଲ):ନୂଆପଡ଼ା ଜିଲା ଖଡିଆଳ ତିଖାଳିଠାରେ ନିର୍ମାଣ ହୋଇଥିବା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଜାଲ୍ ବିସ୍ଥାପିତ ନାମରେ କେଳେଙ୍କାରି ଘଟଣା ସାମ୍ନାକୁ ଆସିଛି। ୨୦୨୦ରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର କୋମନା ବ୍ଲକ ବେଲଗଁା, ହରିପୁର, ଲମ୍ବିପାଣି, କାଳିମାଟି, ରଜନା ଓ ବୋଡେନ ବ୍ଲକର ଦରଗଁାର ମୋଟ ୪୫ ଜଣ ବିସ୍ଥାପିତ ନାମରେ ୧ କୋଟି ୮୨ ଲକ୍ଷ ୯୪ ହଜାର ୭୬୮ ଟଙ୍କା ଆତ୍ମସାତ୍ ଅଭିଯୋଗ ହୋଇଛି। ୨୦୨୨ରେ ଜଳସମ୍ପଦ ବିଭାଗ ଚିଠି ସଂଖ୍ୟା ୧୮୪୧୪ରେ ପୁନର୍ବାସ ଓ ଥଇଥାନ ବିଭାଗ ନିର୍ଦ୍ଦେଶକ ତଥା ଜଳ ସମ୍ପଦ ବିଭାଗର ତକତ୍ାଳୀନ ଅତିରିକ୍ତ ଶାସନ ସଚିବ ଆଲୋକ କର ଏହାର ତଦନ୍ତ କରିବାକୁ ତକତ୍ାଳୀନ ଖଡିଆଳ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଏକକିତା ନକଲ ନୂଆପଡା ଜିଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ନିର୍ଦ୍ଦେଶକୁ ୩ବର୍ଷ ବିତିଯାଇଥିଲେ ମଧ୍ୟ ଜିଲା ପ୍ରଶାସନ ବେଖାତିର କରୁଥିବା ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି। ଗତ ମାର୍ଚ୍ଚ ୧ରେ ଜିଲାପାଳଙ୍କ ଚିଠିସଂଖ୍ୟା ୫୦ରେ ଉପଜିଲାପାଳଙ୍କୁ ୧୫ ଦିନ ଭିତରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଯାଏ ତଦନ୍ତ ରିପୋର୍ଟ ମିଳିନାହିଁ। ମୃତବ୍ୟକ୍ତି ଓ ଅଜଣାବ୍ୟକ୍ତିଙ୍କ ନାମରେ ଥଇଥାନ ରାଶି ଆତ୍ମସାତ୍ ଅଭିଯୋଗ ହୋଇଛି। ଚଳିତ ବିଧାନସଭାର ପ୍ରଥମ ଦିନରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ବିସ୍ଥାପିତଙ୍କ ସମସ୍ୟା ଉପସ୍ଥାପନ କରିଥିଲେ। ବିସ୍ଥାପିତମାନେ କ୍ଷତିପୂରଣ ପାଇ ନାହାନ୍ତି। ରାଜ୍ୟ ସରକାର ସୋସିଆଲ ଅଡିଟ କରିବେ କି ବୋଲି ମୁଖ୍ୟମନ୍ତ୍ରୀଙ୍କଠାରେ ବିଧାୟକ ପ୍ରଶ୍ନ କରିଥିଲେ। ଗତ ୧୯ ତାରିଖରେ ଜଳସମ୍ପଦ ବିଭାଗ ଚିଠିସଂଖ୍ୟା ୨୬୬୨୬ରେ ନୂଆପଡା ଜିଲାପାଳ, ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଜଳସମ୍ପଦ ବିଭାଗ ଉପ ନିର୍ଦ୍ଦେଶକ ତଥା ଅନୁଶାସନ ସଚିବ ସତ୍ୟଜିତ ସାହୁ ରିପୋର୍ଟ ମାଗିଛନ୍ତି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିସ୍ଥାପିତମାନେ ଦାବି କରିଛନ୍ତି ା ଏ ସଂକ୍ରାନ୍ତରେ ନୂଆପଡା ଉପଜିଲାପାଳ ସୁର୍ମି ସୋରେନଙ୍କୁ ପଚାରିବାରୁ ପୂର୍ବରୁ ଅଭିଯୋଗ ଆସିଥିଲା। ମୁଁ ଯୋଗଦାନ କରିବା ଦିନଠାରୁ ସେ ପ୍ରକାର ଅଭିଯୋଗ ଆସି ନାହିଁ ା କ’ଣ ହୋଇଛି ତଦନ୍ତ କଲା ପରେ ଜଣାପଡିବ ବୋଲି କହିଥିଲେ ା