ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି । ଆଉ ପାଣି ବିଲ୍‌ ଆଦାୟ ପାଇଁ ଅସ୍ଥାୟୀ ଭାବେ କିଛି ମହିଳାଙ୍କୁ ନିୟୋଜିତ କରାଯାଇଛି। ସେମାନେ ଘର ଘର ବୁଲି ପାଣି ବିଲ ଆଦାୟ କରୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସହରର କିଛି ନାମୀଦାମୀ ଲୋକ ତଥା ତିନି ମହଲା ବିଶିଷ୍ଟ କିଛି ଠିକାଦାରଙ୍କ ଘରେ ଏଯାବତ୍‌ ଓ୍ବାଟର ମିଟର ଲାଗି ନ ଥିବା ଅଭିଯୋଗ ହୋଇଛି । ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର ବ୍ୟକ୍ତି ବିଶେଷ ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।
ଜନସ୍ବାସ୍ଥ୍ୟ ବିଭାଗକୁ ଠକି ଏବଂ ନିଜକୁ ବାହୁବଳୀ ଦର୍ଶାଇ ମାଗଣା ପାଣି ବ୍ୟବହାର କରି ଚାଲିଛନ୍ତି ବୋଲି ସହରରେ ଆଲୋଚନା ହେଉଛି । ଅନ୍ୟପଟେ ଗରିବ ଜନସାଧାରଣଙ୍କ ଠାରୁ ଜଳ କର ଆଦାୟକୁ କଡାକଡି କରାଯାଉଛି ।ଏସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ବରାଳଙ୍କୁ ପଚାରିବାରୁ ପ୍ରଥମ ପର୍ଯ୍ୟାୟରେ ୨୫୨୬ ଏବଂ ଦ୍ୱିତୀୟରେ ୫୦ ଓ ତୃତୀୟ ପର୍ଯ୍ୟାୟରେ ୨୦୦ ୱାଟର ମିଟର ଲଗାଯିବା ପାଇଁ  ଆସିଥିଲା। ସେହି ସମୟରେ କିଛି ବ୍ୟକ୍ତି ମିଟର ଲଗାଇବାକୁ ଦେଇ ନଥିଲେ ସେମାନଙ୍କୁ ରେଡ ନୋଟିସ ଜାରି କରାଯାଇଛି। ବର୍ତ୍ତମାନ ଆସିଲେ ସେହି ବ୍ୟକ୍ତି ନ ଶୁଣିଲେ ତାହେଲେ ସବୁଦିନ ପାଇଁ ଓ୍ବାଟର ସପ୍ଲାଇ କlଟି ଦିଆଯିବ ବୋଲି କନିଷ୍ଠ ଯନ୍ତ୍ରୀ ବରାଳ ସୂଚନା ଦେଇଛନ୍ତି ।
Dharitri – Odisha’s No.1 Odia Daily

Share