କଟକ,୪ା୯: ୩ ମାସରେ ବୈତରଣୀରେ ତୃତୀୟ ଥର ପାଇଁ ବନ୍ୟା ଆସିଛି। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ୧୪ ବ୍ଲକ୍ରେ ୧୦୦ ମିମିରୁ ଅଧିକ, ୪୨ ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି। ଉପର ମହାନଦୀ, ବୈତରଣୀ, ବୁଢାବଳଙ୍ଗରେ ବହୁତ ବର୍ଷା ହୋଇଛି। କେବଳ ବୈତରଣୀରେ ଛୋଟ ବନ୍ୟା ଅଛି। ବିପଦ ସଙ୍କେତର ୦.୫ମି ଉପରେ ଆଖୁଆପଦାରେ ବୈତରଣୀ ପ୍ରବାହିତ ହେଉଥିବା ଯନ୍ତ୍ରୀ ସୂଚନା ଦେଇଛନ୍ତି। ଜିଲା ପ୍ରଶାସନ ସତର୍କ ଅଛି, ଜଳକା ସତର୍କ ସଙ୍କେତ ଉପରେ ରହିଥିବାବେଳେ ହୀରାକୁଦର ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ମହାନଦୀରେ ଜଳସ୍ତର ବଢ଼ିବ ହେଲେ ବନ୍ୟା ଭୟ ନାହିଁ ବୋଲି କହିଛନ୍ତି ଯନ୍ତ୍ରୀ।