ଚନ୍ଦ୍ରରେ ମିଳିଲା ଜଳର ସନ୍ଧାନ

ନ୍ୟୁୟର୍କ,୨୭।୧୦: ଚନ୍ଦ୍ରରେ ମାନବ ବସତି ସ୍ଥାପନ କରିବାର ବୈଜ୍ଞାନିକ ଆଶା ଅଧିକ ଶକ୍ତିଶାଳୀ ହୋଇଛି। ଆମେରିକାର ସ୍ପେସ ଏଜେନ୍ସି ନାସା ଚନ୍ଦ୍ର ପୃଷ୍ଠରେ ଜଳ ଆବିଷ୍କାର କରିଛି। ନାସାର ‘ମୁନ ମିଶନ’ରେ ଜଳର ସନ୍ଧାନ ମିଳିଛି। ନାସାର ଷ୍ଟ୍ରାଟୋସାଇଫର୍‌ ଅବଜରଭେଟୋରୀ ଫର ଇନଫ୍ରାଡ ଏଷ୍ଟ୍ରୋନୋମୀ (ସୋଫିଆ) ଦ୍ୱାରା ଜଳ ଆବିଷ୍କୃତ ହୋଇଛି। ଏଗୁଡିକ ପାନୀୟ ଏବଂ ରକେଟ ଇନ୍ଧନ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ। ନାସାର ବିଜ୍ଞାନ ମିଶନ ନିର୍ଦ୍ଦେଶାଳୟର ଜ୍ୟୋତିର୍ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ପଲ ହର୍ଟ କହିଛନ୍ତି ଯେ ପୂର୍ବରୁ ସୂର୍ଯ୍ୟଙ୍କ ଆଡକୁ ଚନ୍ଦ୍ର ପୃଷ୍ଠରେ ଜଳ ଅଣୁ(H2O) ଥାଇପାରେ ବୋଲି ସଙ୍କେତ ରହିଛି। ଏବେ ଏହା ସେଠାରେ ଆବିଷ୍କୃତ ହୋଇଛି। ଏହି ଆବିଷ୍କାର ଚନ୍ଦ୍ର ବିଷୟରେ ଅଧିକ ଅଧ୍ୟୟନ କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଫ୍ଲାଇଙ୍ଗ ଟେଲିସ୍କୋପ ଜରିଆରେ ଚନ୍ଦ୍ରପୃଷ୍ଠର ବିଭିନ୍ନ ଅଂଶକୁ ସମୀକ୍ଷା ପରେ ଉତ୍ତର ଓ ଦକ୍ଷିଣ ମେରୁ ନିକଟରେ ଥଣ୍ଡା ବଳୟ ପାଖରେ କାଚ କଣିକା ଭଳି ଜଳର ସନ୍ଧାନ ମିଳିଥିବା ନେଇ ନାସା ପକ୍ଷରୁ ପ୍ରକାଶ କରାଯାଇଛି।