ଦୁବାଇ,୨୧।୨: ବିରାଟ କୋହଲି ବିଶ୍ୱର ସବୁଠାରୁ ଫିଟ ଆଥଲେଟଙ୍କ ମଧ୍ୟରୁ ଅନ୍ୟତମ। ଶାକହାରୀ ହେବା ପରେ ତାଙ୍କ ଫିଟନେସରେ ବହୁତ ଉନ୍ନତି ଘଟିଥିବା ସେ ଦାବି କରନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ସେ କିଛି ଖାଉଥିବାର ଦେଖାଯାଉଛି। କୋହଲି କ’ଣ ଖାଉଛନ୍ତି ତାହାର ଚିତ୍ର ସ୍ପଷ୍ଟ ନାହିଁ। କିନ୍ତୁ ଦାବି କରାଯାଉଛି ଯେ ସେ କୌଣସି ପ୍ରକାରର ମାଂସ ଖାଉଛନ୍ତି।
ବିରାଟ କୋହଲି ପ୍ରକାଶ କରିଥିଲେ ଯେ, ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ସମୟରେ ସେ ଫିଟନେସ ସମସ୍ୟାର ସମ୍ମୁଖୀନ ହେବା ଆରମ୍ଭ କରିଥିଲେ। ତାଙ୍କର ମେରୁଦଣ୍ଡ, ପେଟ ଏବଂ ଶରୀରରେ ୟୁରିକ ଏସିଡର ପରିମାଣ ବୃଦ୍ଧି ପାଇବା ଭଳି ସମସ୍ୟା ଆରମ୍ଭ ହୋଇଥିଲା। ଡାକ୍ତରଙ୍କ ଠାରୁ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପରାମର୍ଶ ପାଇବା ପରେ ସେ ନନ-ଭେଜ ଖାଇବା ବନ୍ଦ କରିଦେଇଥିଲେ। ନିରାମିଷ ଖାଦ୍ୟ ଖାଇବା ପରେ ତାଙ୍କ ଫିଟ୍ନେସ୍ରେ ବହୁତ ଉନ୍ନତି ହୋଇଛି। ସେ ଅନେକ ଥର ସୋସିଆଲ ମିଡିଆରେ ନିରାମିଷ ଖାଦ୍ୟ ଖାଇବାର ଫଟୋ ଶେୟାର କରନ୍ତି।
ବିରାଟ ନିଜେ ନିଜକୁ ଶାକାହାରୀ ବୋଲି ଦାବି କରିଥିବାରୁ, ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଜଣେ ବ୍ୟକ୍ତି ଏମିତି ମଧ୍ୟ ଲେଖିଛନ୍ତି ଯେ, ଏହି କାର୍ଯ୍ୟ ପାଇଁ ବିରାଟ ଜେଲ ଯିବା ଉଚିତ।