Categories: Home Leftଖେଳ

୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଶତକ, ଅଷ୍ଟ୍ରେଲିଆ ବିପକ୍ଷରେ ୭୮ ବଲରେ ୧୧୩ ରନ

ବ୍ରିସବେନ୍‌,୧।୧୦: ମାତ୍ର ୧୪ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସର ତାରକା ବୈଭବ ସୂର୍ଯ୍ୟବଂଶୀ ଅଷ୍ଟ୍ରେଲିଆ ବିପକ୍ଷେ ଯୁବ ଟେଷ୍ଟରେ ୭୮ ବଲରେ ଶତକ ହାସଲ କରି ବିଶ୍ୱ କ୍ରିକେଟକୁ ଚମକାଇ ଦେଇଛନ୍ତି। ବ୍ରିସବେନ୍‌ର ଇଆନ ହିଲି ଓଭାଲରେ ସେ ୮୬ ବଲରେ ୧୧୩ ରନ କରି ହେଡ଼େନ ଶିଲରଙ୍କ ବଲରେ ଆଉଟ ହୋଇଥିଲେ। ତାଙ୍କ ଇନିଂସରେ ୮ଟି ଛକା ଓ ୯ଟି ଚୌକା ସାମିଲ ଥିଲା। ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ବେଦାନ୍ତ ତ୍ରିବେଦୀ ୧୯୨ ବଲରେ ୧୪୦ ରନ କରି ଚମକିଥିଲେ।

ବୈଭବଙ୍କ ଏହି ୭୮ ବଲର ଶତକ ଅଷ୍ଟ୍ରେଲିଆରେ ଯୁବ ଟେଷ୍ଟ ଇତିହାସରେ ସବୁଠାରୁ ଦ୍ରୁତ ଶତକ। ସେ ପୂର୍ବରୁ ଚେନ୍ନାଇରେ ଅଷ୍ଟ୍ରେଲିଆ ଯୁବ ଦଳ ବିପକ୍ଷେ ୫୮ ବଲରେ ଶତକ ହାସଲ କରି ଦ୍ୱିତୀୟ ଦ୍ରୁତତମ ଯୁବ ଟେଷ୍ଟ ଶତକର ରେକର୍ଡ କରିଥିଲେ। ଏହା ସହ ସେ ଯୁବ ଦିନିକିଆରେ ସର୍ବାଧିକ ଛକାର ରେକର୍ଡ ଭାଙ୍ଗି ଉନ୍ମୁକ୍ତ ଚାନ୍ଦଙ୍କ ୩୮ ଛକାକୁ ଅତିକ୍ରମ କରି ୧୦ ଇନିଂସରେ ୪୧ ଛକା ହାସଲ କରିଛନ୍ତି।