ନୂଆପଡ଼ା,୧୧ା୮ (ମକାରୁ ବେମାଲ ): କୋମନା ବ୍ଲକ ଅନ୍ତର୍ଗତ ଲଖନା ଥାନା ଘାଟିପଡ଼ା ସୁବିଧାକେନ୍ଦ୍ର ନିକଟ ଜାତୀୟ ରାଜପଥରେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଖରିଆରରୋଡ଼ ନିବାସୀ ଶେଖ ନାଜିର। ସୂଚନାକ୍ରମେ ଦୁଇଜଣ ବାଇକ୍ ଯୋଗେ ଖରିଆରରୋଡ଼ ଫେରୁଥିବା ବେଳେ ୩୫୩ ନମ୍ବର ଜାତୀୟ ରାଜପଥ ଘାଟିପଡା ସୁବିଧା କେନ୍ଦ୍ରଠାରେ ଛିଡା ହୋଇଥିବା ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଶେଖଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଖବର ପାଇ ଲଖନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଅନ୍ୟଜଣଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଲଖନା ଥାନା ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ଦୁର୍ଗା ମାଧବ ବାଘ ସୂଚନା ଦେଇଛନ୍ତି ।