ତେହରାନ୍ ,୧୧ା୩: ଇରାନ୍-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ ପକ୍ଷ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଏହାପରେ ଉପସାଗରୀୟ ଦେଶଗୁଡିକରେ ରହିଥିବା ପ୍ରାୟ ୪୦୦ ଓ୍ବାଟର ଡି-ସାଲାଇନେଶନ୍ ପ୍ଲାଣ୍ଟଗୁଡିକୁ ଉଭୟ ପକ୍ଷ ଟାର୍ଗେଟ କରି ଆକ୍ରମଣ କରିଥିଲେ।
ଏବେ ଆମେରିକା ଇରାନ୍ର ବ୍ୟାଙ୍କ ଉପରେ ଆକ୍ରମଣ କରିବା ପରେ ଇରାନ୍ର ଆଇଆର୍ଜିସି ମଧ୍ୟପ୍ରାଚ୍ୟରେ ରହିଥିବା ଆମେରିକାର ବିଭିନ୍ନ ଆର୍ଥିକ ଅନୁଷ୍ଠାନ ଓ ବ୍ୟାଙ୍କଗୁଡିକୁ ଟାର୍ଗେଟ କରି ବୁଧବାର ଆକ୍ରମଣ କରିଛି।