Over the shoulder shot of an attractive young woman looking at her reflection in a mirror
ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା ଅନେକେ ସୌଖୀନ ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି, ଯାହାର ଅନେକ ପାର୍ଶ୍ୱପ୍ରତିକ୍ରିୟା ରହିଛି। ମାତ୍ର ଶୀତ ଦିନେ କମଳା ଚୋପା ବ୍ୟବହାର କରି ଆପଣ ଏକ ଉଜ୍ଜ୍ୱଳ ତ୍ୱଚା ପାଇପାରିବେ। କମଳା ଖାଇବାକୁ ଯେମିତି ସ୍ବାଦିଷ୍ଠ, ତାହାର ଚୋପା ମଧ୍ୟ ସେତିକି ଉପକାରୀ। ଏହାର ଚୋପାରେ ପ୍ରସ୍ତୁତ ଫେସ୍ ପ୍ୟାକ୍ ତ୍ୱଚା ଉଜ୍ଜ୍ୱଳ କରାଇଥାଏ।
ପ୍ରସ୍ତୁତି ପ୍ରଣାଳୀ
-କମଳା ଚୋପାକୁ ଭଲଭାବେ ଶୁଖାଇ ଦିଅନ୍ତୁ। ଏହାକୁ ଗୁଣ୍ଡକରି ପ୍ୟାକ୍ ପ୍ରସ୍ତୁତିରେ ବ୍ୟବହାର କରିପାରିବେ।
-କମଳା ଚୋପାର ଗୁଣ୍ଡକୁ ହଳଦୀରେ ମିଶାଇ ସେଥିରେ କିଛି ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରିପାରିବେ।
-ପେଷ୍ଟକୁ ମୁହଁରେ ଲଗାଇ ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ। ଦେଖିବେ ଏପରି କରିବାର କିଛିଦିନ ମଧ୍ୟରେ ତ୍ୱଚା ଉଜ୍ଜ୍ୱଳ ଦେଖାଯିବ।