ଛତ୍ରପୁର,୨୯ା୧୧(ଦିଲ୍ଲୀପ ସାମଲ) ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମରେ ଭଲିବଲ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର୍ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟର ଉଦ୍ଘାଟନ କରିଛନ୍ତି। ଭଲିବଲ ଟୁର୍ନାମେଣ୍ଟ ଯୁବଖେଳାଳୀଙ୍କୁ ବେଶ ଉତ୍ସାହ ଉଦ୍ଦୀପନା ଆଣିବାରେ ସହାୟକ ହେବ ବୋଲି କହି ଏସ୍ପି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରଥମ ଦିବସରେ ଦାସପୁର ସହ ଆଇଆର୍ଇ କଲୋନୀ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟରେ ସିନ୍ଦିରାପଲ୍ଲୀ ସହ ପାଲୁର୍ ଅଞ୍ଚଳର ଗଜପତିନଗର ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।
ସରୋଜ କୁମାର୍ ବେହେରା, ଜଗଦୀଶ ସେଠୀ, ଏବଂ ବିଜୟ କୁମାର ବେହେରା ଏହି ଟୁର୍ନାମେଣ୍ଟର ଉଦ୍ୟକ୍ତା ଥିବା ବେଳେ ଗୋବିନ୍ଦ ନାୟକ ଖେଳ ପରିଚାଳନା କରି ଆସୁଛନ୍ତି। ସାଂସ୍କୃତିକ ମଞ୍ଚରେ ଯୁବପୀଢ଼ିଙ୍କ ମନୋରଞ୍ଜନ ନିମନ୍ତେ ରଙ୍ଗାରଙ୍ଗ ସମାରୋହ ସହ ଦୈନିକ ସାାରେ ଆରମ୍ଭ ହେଉଥିବା ଟୁର୍ନାମେଣ୍ଟ ବିଳମ୍ବିତ ରାତି ଯାଏଁ ହେଉଛି। ଶୀତୁଆ ସଞ୍ଜ ନଇଁବା ବେଳେ ବିଚ୍ଛୁରୀତ ସ୍ବଚ୍ଛ ଆଲୋକ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଖେଳାଳୀ ଏବଂ ଦର୍ଶକଙ୍କୁ ବିମୋହି କରୁଛି।