ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ରିଷିଡ଼ା ଏବଂ ଭାଟେଲ ଦଳ ମଧ୍ୟରେ ହୋଇଥିଲା। ଏଥିରେ ରିଷିଡ଼ା  ଚାମ୍ପିୟନ ହୋଇଛି।

ପୂର୍ୱତନ ଭଲିବଲ ଖେଳାଳି ପବିତ୍ର ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟର ଉଦ୍‌ଘାଟନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ରିଷିଡ଼ା ସରପଞ୍ଚ ସେବତୀ ରଣା ମୁଖ୍ୟ ଅତିଥି, ସମିତି ସଭ୍ୟ ନିମାଇଁ ଚରଣ ବେହେରା, ଭଜଶ୍ୟାମ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଖବରଦାତା ନରୋତ୍ତମ ସେଲମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରିଷିଡ଼ା ଦଳର ଗୋଲଡି ପ୍ରଧାନଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାକୁ ଲଲିତ ସାହୁ, ଲଲିତ ଗୌଡ ଓ ପିଙ୍କୁ ଚନ୍ଦନ ପରିଚାଳନା କରିଥିଲେ।