ନୂଆପଡ଼ା,୬ା୩(ମକାରୁ ବେମାଲ) :ଭୁବନେଶ୍ୱର ଦୂତୀଚାନ୍ଦ ଷ୍ଟାଡିୟମରେ ଆୟୋଜିତ ହେଉଥିବା କିଟ୍ ବିଶ୍ୱବିଦ୍ୟାଳୟ ଏଫ୍ଆଇଭିବି ବିଶ୍ୱସ୍ତରୀୟ ବିଚ୍ ଭଲିବଲ ମହିଳା ଓ ପୁରୁଷ ଚାମ୍ପିୟନଶିପରେ ନୂଆପଡ଼ା ଜିଲାରୁ ଦୁଇ ଜଣ ଟେକ୍ନିକାଲ ଅଫିସିଆଲ ଭାବରେ ମନୋନୀତ ହୋଇଛନ୍ତି ା ମାର୍ଚ୍ଚ ୪ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ମହିଳା ଓ ପୁରୁଷ ଭଲିବଲ ଚାମ୍ପିୟନଶିପରେ ୫୨ଟି ଦେଶରୁ ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। ଏଥିରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତାଙ୍କ ସମେତ ୩୦୬ ଜଣ ଖେଳାଳି ଓ ଅଫିସିଆଲ ଯୋଗ ଦେଇଛନ୍ତି ା ସେଥିମଧ୍ୟରେ ନୂଆପଡା ଜିଲାର ଏମ୍ କୁମାର ଖର୍ସେଲ ଓ ପରିକ୍ଷିତ ଖର୍ସେଲ ଟେକ୍ନିକାଲ ଅଫିସିଆଲ ରହିଛନ୍ତି।