ଅସ୍ତ୍ରବିରତି ପାଇଁ ରୁଷିଆ ପ୍ରସ୍ତୁତ, ହେଲେ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଦେଲେ ପୁଟିନ୍‌, ବିଶ୍ୱରେ ହଇଚଇ

ମସ୍କୋ,୧୩।୩: ୟୁକ୍ରେନ ସହିତ ଶାନ୍ତି ଚୁକ୍ତିନାମା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭ୍ଲାଦିମିର ପୁଟିନ୍‌ କହିଛନ୍ତି ଯେ ରୁଷିଆ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ। ତଥାପି, ସେ ଅସ୍ତ୍ରବିରତି ସମ୍ପର୍କରେ ଏକ ସର୍ତ୍ତ ମଧ୍ୟ ଲଗାଇଛନ୍ତି। ସେ କହିଛନ୍ତି ଯେ ଆମେ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ, କିନ୍ତୁ ଏହା ଏକ ଦୀର୍ଘକାଳୀନ ଶାନ୍ତି ହେବା ଉଚିତ୍‌।

ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ ୱାଲ୍ଜ ଗୁରୁବାରତାଙ୍କ ରୁଷିଆ ଗସ୍ତରେ ମସ୍କୋରେ ପହଞ୍ଚିଥିଲେ। ଏହି ସମୟରେ ସେ ପୁଟିନ୍‌ଙ୍କ ବରିଷ୍ଠ ସହାୟକ ୟୁରି ଉଷାକୋଭଙ୍କୁ ଭେଟିଥିଲେ।

Share