Russia's President Vladimir Putin attends the launching ceremony of the new Euro+ combined oil refining unit at the Gazprom Neft Moscow Refinery, via video link at the Novo-Ogaryovo state residence outside Moscow, Russia July 23, 2020. Sputnik/Alexei Druzhinin/Kremlin via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY.
ମସ୍କୋ,୧୯ ।୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏହାର କୌଣସି ଅନ୍ତ ନଜର ଆସୁନହିଁ । ଇତିମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର କହିଛନ୍ତି କି ଏଥିରେ କୌଣସି ସନ୍ଦେହ ନାହିଁ ଯେ ମସ୍କୋ ୟୁକ୍ରେନରେ ବିଜୟୀ ହେବ । ହେଲେ ଏପଟେ ଯୁଦ୍ଧକୁ ପ୍ରାୟ ବର୍ଷେ ପୁରିବାକୁ ଯାଉଥିବା ବେଳେ ରୁଷିଆ କୌଣସି ଦିଗରେ ୟୁକ୍ରେନକୁ ହରାଇବା ନଜର ଆସିନାହିଁ ।
ସେଣ୍ଟ ପିଟର୍ସବର୍ଗରେ ବାୟୁ ରକ୍ଷା ପ୍ରଣାଳୀ ପ୍ରସ୍ତୁତ କରୁଥିବା ଏକ କାରଖାନା ପରିଦର୍ଶନରେ ଯାଇଥିବା ପୁଟିନ କହିଛନ୍ତି, ଆମକୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ରୁଷିଆ ସଂଘର୍ଷରେ ବିଜୟୀ ହେବ, ବିଜୟର ଗ୍ୟାରେଶ୍ଟି ରହିଛି । ସେ କହିଛନ୍ତି ରୁଷିଆବାସୀଙ୍କ ଏକତା ଓ ଏକଜୁଟତା ଆମ ସେନାଙ୍କ ମନୋବଳକୁ ବଢାଉଛି ।