Categories: ବାଣିଜ୍ୟ

ଭିକେସିର‘ଶପ୍‌ ଲୋକାଲ୍‌’ ଅଭିଯାନ

ନୂଆଦିଲ୍ଲୀ,୨୨ ।୩ ଦେଶର ଅଗ୍ରଣୀ ପିୟୁ ଫୁଟ୍‌ଓ୍ବେର୍‌ କମ୍ପାନୀ ଭିକେସି ପ୍ରାଇଡ୍‌ ପକ୍ଷରୁ ‘ଶପ୍‌ ଲୋକାଲ୍‌’ ନାମରେ ଏକ ନିଆରା କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି। ବର୍ତ୍ତମାନ ଗ୍ରାହକ ଅନ୍‌ଲାଇନ୍‌ ଶପିଂକୁ ପସନ୍ଦ କରୁଥିବା ବେଳେ ଭିକେସିର ଏହି ଅଭିଯାନ ଅଫ୍‌ଲାଇନ୍‌ ବ୍ୟବସାୟ ଦିଗରେ ବଡ଼ ପରିବର୍ତ୍ତନ ଆଣିବ। ଯଦି ସ୍ଥାନୀୟ ଲୋକେ ଏହି କ୍ୟାମ୍ପେନ୍‌କୁ ଆଗକୁ ବଢାଇବାରେ ସାହାଯ୍ୟ କରିବେ, ତେବେ ଅଫ୍‌ଲାଇନ୍‌ ବ୍ୟବସାୟ ମଧ୍ୟ ଆଗକୁ ବଢିପାରିବ ଏବଂ ସ୍ଥାନୀୟ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିବ ବୋଲି ଭିକେସି ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭିକେସି ରଜାକ୍‌ କହିଛନ୍ତି। ଦୁନିଆର ସମସ୍ତ ଡି୨ସି ବ୍ରାଣ୍ଡ୍‌ ସିଧାସଳଖ ନିଜ ଦୋକାନରୁ କିମ୍ବା ଓ୍ବେବ୍‌ସାଇଟ୍‌ ଏବଂ ପୋର୍ଟାଲ୍‌ରୁ କ୍ରୟ କରିବାକୁ ଗ୍ରାହକଙ୍କୁ ପ୍ରୋତ୍ସାହିତ କରୁଥିବା ବେଳେ ଭିକେସି ପ୍ରାଇଡ୍‌ ସ୍ଥାନୀୟ ରିଟେଲର୍‌ ଶପ୍‌ରୁ କ୍ରୟ କରିବା ଦିଗରେ ପ୍ରୋତ୍ସାହନ ଯୋଗାଇ ଡିଷ୍ଟ୍ରିବ୍ୟୁଟର-ଡିଲର୍‌-ରିଟେଲର୍‌ ଶପ୍‌ ନେଟ୍‌ଓ୍ବର୍କକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରୁଛି। ଏହି କ୍ୟାମ୍ପେନ୍‌କୁ ଆଗକୁ ନେବା ଦିଗରେ ଭିକେସି ପକ୍ଷରୁ ଉତ୍ତମ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ଅଭିଯାନର ସଫଳତା ପାଇଁ ‘ଭିକେସି ପରିବାର ଆପ୍‌’ ବ୍ୟବସ୍ଥା କରାଯାଇଛି। ଏହି ଆପ୍‌ ଜରିଆରେ ଗ୍ରାହକ ଆଖପାଖରେ ଥିବା ଷ୍ଟୋର୍‌ଗୁଡ଼ିକରୁ ନିଜ ମନପସନ୍ଦର ଉତ୍ପାଦ ଚୟନ କରି କ୍ରୟ କରିପାରିବେ। ଏହି ଅବସରରେ ଭିକେସି ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭିକେସି ରଜାକ୍‌, ଭିକେସିର ଓଡ଼ିଶା ମୁଖ୍ୟ ହରିଦାସନ୍‌, ଭିକେସି ଗ୍ରୁପ୍‌ ନିର୍ଦ୍ଦେଶକ ଭି. ରଫିକ୍‌, ଭିପି ଅଜିଜ୍‌, ଉମର ଫାରୁକ୍‌, ସୌମ୍ୟବ୍ରତ ଘୋଷ(ଜୋନାଲ୍‌ ମ୍ୟାନେଜର), ଡିଲର୍ସ ସଦ୍ଦାମ(ଇଣ୍ଡିଆନ୍‌ ଫୁଟ୍‌ଓ୍ବେର୍‌), ସାହିଲ୍‌, ରାହିଲ୍‌(ରାଜଧାନୀ ଫୁଟ୍‌ଓ୍ବେର୍‌), ପୁନିତ୍‌ (ରାଜପାଲ୍‌ ଫୁଟ୍‌ଓ୍ବେର୍‌) ପ୍ରମୁଖ ଉପସ୍ଥିତ ଥିଲେ।

Share