Categories: Home Leftଖେଳ

ବଲ ଟ୍ୟାମ୍ପରିଂ ପାଇଁ ବାସନ୍ଦ

ଦୁବାଇ,୨୬।୧: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ବଲ ଟ୍ୟାମ୍ପରିଂ କରିଥିଲେ ନେଦରଲାଣ୍ଡ୍ସ ପେସର ଭିଭିଆନ କିଙ୍ଗମା। ଦୋହାରେ ଖେଳାଯାଇଥିବା ୩ୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ୭୫ ରନ୍‌ରେ ହରାଇ ଦେଇଥିଲା ଆଫଗାନିସ୍ତାନ। ମ୍ୟାଚ୍‌ର ୩୧ତମ ଓଭରରେ କିଙ୍ଗମା ନଖରେ ବଲକୁ ସ୍କ୍ରାଚ୍‌ କରି ଦେଇଥିଲେ।

“ଖେଳାଳିଙ୍କ ପାଇଁ ଉଦ୍ଧିଷ୍ଟ ଆଇସିସି କୋଡ୍‌ ଅଫ୍‌ କଣ୍ଡକ୍ଟର ୨.୧୪ ଧାରା ଭଙ୍ଗ କରିଛନ୍ତି କିଙ୍ଗମା। ଆଇସିସି ଷ୍ଟାଣ୍ଡାର୍ଡ ମ୍ୟାଚ୍‌ ଲାଗି ଉଦ୍ଧିଷ୍ଟ ନିୟମ ଉଲ୍ଲଂଘନ କରି ବଲର ପରିସ୍ଥିତି ବଦଳି ଦେଇଥିଲେ” ବୋଲି ଆଇସିସି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି। ଏଥିଯୋଗୁ କିଙ୍ଗମାଙ୍କୁ ୪ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଆଫଗାନିସ୍ତାନ ୩-୦ କ୍ଲିନ ସୁଇପ୍‌ ହାସଲ କରିଥିଲା। ସିରିଜ୍‌ରେ ବିଜୟ ସ୍ବାଦ ଚାଖି ପାରି ନ ଥିବା ନେଦରଲାଣ୍ଡ୍ସର ଟପ୍‌ ଅର୍ଡର ବ୍ୟାଟର ଭଲ ପ୍ରଦର୍ଶନ କରିଥିଲେ।