ନୂଆଦିଲ୍ଲୀ,୧୮।୨: ହରିୟାଣାର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିଥିବା ଡକ୍ଟର ବିବେକ ଯୋଶୀଙ୍କୁ ଏବେ ଭାରତୀୟ ନିବାଚନ କମିଶନରେ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଛି। ବିବେକ ଯୋଶୀଙ୍କୁ ସୋମବାର (୧୭ ଫେବୃଆରୀ, ୨୦୨୫) ରେ ନିଯୁକ୍ତ କରାଯାଇଥିଲା। ବିବେକ ହରିୟାଣା କ୍ୟାଡରର ୧୯୮୯ବ୍ୟାଚର ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ, ଯାହାଙ୍କୁ ଗତ ବର୍ଷ ନଭେମ୍ବରରେ ହରିୟାଣାର ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ଦିଆଯାଇଥିଲା।
ବିବେକ ଯୋଶୀଙ୍କ ନିଯୁକ୍ତି ପତ୍ରରେ କୁହାଯାଇଛି, ‘ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ଆଇନ, ୨୦୨୩ (୨୦୨୩ର ଆଇନ ନମ୍ବର ୪୯) ର ଧାରା ୪ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଡକ୍ଟର ବିବେକ ଜୋଶୀ, ଆଇଏଏସ (ଏଚଓ୍ବାଇ:୧୯୮୯)ଙ୍କୁ ଭାରତୀୟ ନିର୍ବାଚନ କମିଶନରେ ନିର୍ବାଚନ କମିଶନର ଭାବରେ ନିଯୁକ୍ତି ଦେଉଛନ୍ତି, ଯାହା ସେ ଦାୟିତ୍ୱ ଗ୍ରହଣ କରିବା ତାରିଖରୁ କାର୍ଯ୍ୟକାରୀ ହେବ।
ବୈଠକର ଏହି ପ୍ୟାନେଲରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଏହି ବୈଠକ ସାଉଥ ବ୍ଲକରେ ଅବସ୍ଥିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିଲା।