ବିଶ୍ଵଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପୂର୍ଣ୍ଣାହୁତି, ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୧୨।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ କମଳାପୁର ଗ୍ରାମ ସ୍ଥିତ ଶ୍ରୀ କାଶୀ ବିଶ୍ୱନାଥ ଶୈବପୀଠ ପରିସରରେ ଗତ ୫ ତାରିଖ ଠାରୁ ଚାଲିଥିବା ବିଶ୍ଵଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ବୁଧବାର ଅପରାହ୍ନ ରେ ପୂର୍ଣ୍ଣାହୁତି ହୋଇଛି।

ପୂର୍ଣ୍ଣାହୁତି ସମୟରେ ଯଜ୍ଞ ପୀଠରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ପଣ୍ତିତ ଅଶୋକ କୁମାର ପାଢୀଙ୍କ ପୈାରହିତ୍ଯରେ ମହାଯଜ୍ଞ ପୂଜାର୍ଚ୍ଚନା ଶାନ୍ତିଶୃଙ୍ଖଳା ସହକାରେ ସମାପନ ହୋଇଥିବା ବେଳେ ଦୂରଦୂରାନ୍ତରରୁ ବହୁ ବିଦ୍ୱାନ ପଣ୍ତିତ ମାନେ ମହାଯଜ୍ଞ ରେ ଯୋଗ ଦେଇଥିଲେ । ମହାଯଜ୍ଞ ନିମନ୍ତେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ପ୍ରତ୍ୟହ ଦିନ ମହା ରୁଦ୍ରାଭିଷେକ, ଷୋଡଶୋପଚାର , ଘୃତଯଜ୍ଞ , ଅନ୍ନଯଜ୍ଞ , ନାମଯଜ୍ଞ , ଜ୍ଞାନଯଜ୍ଞ  ହୋଇ ଆସୁଥିଲା  ।ମହାଯଜ୍ଞ ପରିଚାଳନା କମିଟି ସଭାପତି ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ଉପସଭାପତି ରବୀନ୍ଦ୍ରନାଥ ଡାକୁଆ , ସମ୍ପାଦକ ସୁଦାମ ଦୋରା , ସହ ସମ୍ପାଦକ ଦେବହରି ଗୌଡ଼ , କୋଷାଧ୍ୟକ୍ଷ ସହଦେବ ରେଡ୍ଡୀ ,  ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ମଳିକ ,  ଜାଗିଲି ସେଠୀ , ରାଜେନ୍ଦ୍ର କୁମାର ଦୋରା , ଜଗନ୍ନାଥ ପାତ୍ର , ଲକ୍ଷ୍ମୀ ମଳିକ , କୃଷ୍ଣ ସେଠୀ , ଦିବାନ ରେଡ୍ଡୀ ଙ୍କ ସମେତ କମଳାପୁର ଗ୍ରାମ ସମେତ  କଇଠଡା ପଞ୍ଚାୟତ ବାସୀ , ମନ୍ଦିର ପରିଚାଳନା କମିଟି ଓ ମହାଯଜ୍ଞ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ରହି ମହାଯଜ୍ଞ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Share